ରାଜସ୍ଥାନ: ରାସ୍ତାକଡ଼ ଦୋକାନରେ ଚା’ ତିଆରି କଲେ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା, ନିଜେ ପିଇ କାର୍ଯ୍ୟକର୍ତ୍ତାଙ୍କୁ ପିଆଇଲେ

ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା ସିଏମ୍‌ ପଦର ଶପଥ ନେବା ପରେ ପ୍ରଥମ ଥର ଭରତପୁର ଯାଇଛନ୍ତି। ଜୟପୁରରୁ ଭରତପୁର ଯିବା ବାଟରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଜାଗାରେ ସ୍ୱାଗତ କରିଥିଲେ। ଏହି ସମୟରେ ରାସ୍ତାରେ ଏକ ଚା’ ଦୋକାନ ଦେଖି ସିଏମ୍‌ ସେଠାରେ ଅଟକିଥିଲେ ଏବଂ ନିଜ ହାତରେ ଚା’ ତିଆରି କରିଥିଲେ।

ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନଲାଲ୍‌ ଶର୍ମା ସିଏମ୍‌ ପଦର ଶପଥ ନେବା ପରେ ପ୍ରଥମ ଥର ଭରତପୁର ଯାଇଛନ୍ତି। ଜୟପୁରରୁ ଭରତପୁର ଯିବା ବାଟରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଜାଗାରେ ସ୍ୱାଗତ କରିଥିଲେ। ଏହି ସମୟରେ ରାସ୍ତାରେ ଏକ ଚା’ ଦୋକାନ ଦେଖି ସିଏମ୍‌ ସେଠାରେ ଅଟକିଥିଲେ ଏବଂ ନିଜ ହାତରେ ଚା’ ତିଆରି କରିଥିଲେ। ସିଏମ୍‌ ଚା’ କରୁଥିବାର ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯିବା ରାସ୍ତାରେ ସିଏମ୍‌ ମାନପୁର ନିକଟ ପିପଲକି ଗାଁଠାରେ ଅଟକି ଏକ ଦୋକାନରେ ନିଜେ ଚା’ ତିଆରି କରି ପିଇଥିଲେ। ଏହାସହ ସେ ଦୋକାନୀ ମୁନ୍‌ସି ଲାଲ୍‌ ଗୁର୍ଜରଙ୍କ ସହ କଥା ହୋଇ ତାଙ୍କୁ ୫୦୦ ଟଙ୍କା ମଧ୍ୟ ଦେଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ୨୧ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବସି ଚା’ର ମଜା ଉଠାଇଥିଲେ। ଏହାପରେ ସେ ଭରତପୁର ଅଭିମୁଖେ ବାହାରିଥିଲେ।

ସେପଟେ ରାଜସ୍ଥାନରେ ନୂଆ ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାରି ଭିତରେ ମନ୍ତ୍ରୀମାନଙ୍କର ଏକ ତାଲିକା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଅନେକ ବରିଷ୍ଠ ନେତାଙ୍କ ନାମ ଦେଖିବାକୁ ମିଳୁଛି। ଯଦିଓ ବିଜେପି ଅଫିସିଆଲି ଭାବେ ଏମିତି କୌଣସି ତାଲିକା ଜାରି କରିନାହିଁ। ରାଜସ୍ଥାନରେ ମନ୍ତ୍ରୀମଣ୍ଡଳକୁ ନେଇ ମାନସ ମନ୍ଥନ ଜାରି ରହିଛି।

ଜୟପୁର ଏବଂ ଦିଲ୍ଲୀରେ ଘନ ଘନ ବୈଠକ ବସୁଛି। ସୂତ୍ରରୁ ଜଣାପଡ଼ିଛି ଯେ ସିପି ଯୋଶୀ, ରାଜେନ୍ଦ୍ର ରାଠୋଡ, ଚନ୍ଦ୍ରଶେଖର ଓ ଅରୁଣ ସିଂଙ୍କୁ ଦଳ ମନ୍ତ୍ରୀମଣ୍ଡଳ ମନ୍ଥନର ଦାୟିତ୍ୱ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.