ବାଛୁରୀକୁ ଟାଣି ନେଲା ବାଘ, ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ବାଛୁରୀକୁ ଟାଣି ନେଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଅନ୍ତର୍ଗତ ମୋଟା ନୂଆପଡ଼ା ପଂଚାୟତରେ କଲରାପତରିଆ ବାଘ ଆତଙ୍କ ।

ବାଛୁରୀକୁ ଟାଣି ନେଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଅନ୍ତର୍ଗତ ମୋଟା ନୂଆପଡ଼ା ପଂଚାୟତରେ କଲରାପତରିଆ ବାଘ ଆତଙ୍କ । ଏକ ବାଛୁରୀକୁ ଟାଣିନେବାରୁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ତୋର୍ରରା ଗାଁର ଇଦୁ ଉଜିରଙ୍କ ବାଛୁରୀ ନିକଟ ଜଙ୍ଗଲକୁ ଚରିବାକୁ ଯାଇଥିଲା । ରାତିରେ ବାଛୁରୀ ଘରକୁ ଫେରିନଥିଲା ।

ଆଜି ସକାଳୁ ବହୁ ଖୋଜା ଖୋଜି ପରେ ଗାଁ ନିକଟସ୍ଥ ଚାଷ ଜମିରେ ବାଛୁରୀର ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପାରିପାର୍ଶ୍ବିକ ସ୍ଥିତି ଦେଖି ବାଛୁରୀକୁ କଲରାପତରିଆ ବାଘ ଶୀକାର କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଅପରାହ୍ନରେ ବନ ବିଭାଗ କର୍ମଚାରୀ ବାଛୁରୀର ମୃତଦେହ ନିକଟ ଚାଷଜମିରେ ବାଘର ପାଦଚିହ୍ନ ଠାବ କରିଥିଲେ । ବାଘର ପାଦଚିହ୍ନ ଠାବ ହେବାପରେ ସଂପୃକ୍ତ ଅଂଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.