Below header

କୋଟିଏ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ଏବେ ବନ୍ଧା ହୋଇ ହେଲେ କୋର୍ଟଚାଲାଣ

କୋଟିଏ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଶେଷରେ ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କ ମ୍ୟାନେଜର ଜଣକ ହେଲେ ନବରଙ୍ଗପୁର ଆଇଡିବିଆଇ ବ୍ୟାଙ୍କର ମ୍ୟାନେଜର ଅଞ୍ଜନ ଶତପଥୀ ।

ନବରଙ୍ଗପୁର (କେନ୍ୟୁଜ) : କୋଟିଏ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଶେଷରେ ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କ ମ୍ୟାନେଜର ଜଣକ ହେଲେ ନବରଙ୍ଗପୁର ଆଇଡିବିଆଇ ବ୍ୟାଙ୍କର ମ୍ୟାନେଜର ଅଞ୍ଜନ ଶତପଥୀ । ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ । ନବରଙ୍ଗପୁର ସହର ସ୍ଥିତ IDBI BANKରେ ଏକ କୋଟି ଟଙ୍କା ହେରଫେର ଅଭିଯୋଗ ଆସିଥିଲା । ଏନେଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ (DGM) ସ୍ୱରୂପ ଦତ୍ତ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ସତପଥିଙ୍କୁ ଥାନାରେ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ କରିଥିଲା । ତେବେ ନବରଙ୍ଗପୁର ପୋଲିସ କେଶ ନମ୍ବର ୫୨୩/୨୩ ରେ ଏକ ମାମଲା ରୁଜୁ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି sdpo । ସୂଚନା ଅନୁଯାୟୀ ନବରଙ୍ଗପୁର IDBI ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ସତପଥି ଚଳିତ ମାସ ୧ ଓ ୨ ତାରିଖ ଦିନ କାରବାର ହୋଇଥିବା ବ୍ୟାଙ୍କର Vault ରୁ ଏକ କୋଟି ଟଙ୍କା ନେଇ SBI ର Currency Chest ରେ ଜମା କରିବି କହି ଟଙ୍କା ନେଇଥିଲ, କିନ୍ତୁ ଜମା କରିନଥିଲେ । ଅନ୍ୟପଟେ ଗତ ୧୫ ତାରିଖ ଦିନ ବ୍ୟାଙ୍କରେ Inspection ସମୟରେ ଏକ କୋଟି ଟଙ୍କାର shortage ଥିବା ଜଣାପଡିଥିଲା । ଯାହାକୁ ନେଇ DGM ସ୍ୱରୂପ ଦତ୍ତଙ୍କୁ ବ୍ୟାଙ୍କ କର୍ମଚାରୀମାନେ ଜଣାଇଥିଲେ । DGM ସ୍ୱରୂପ ଦତ୍ତ ନବରଙ୍ଗପୁର ସ୍ଥିତ IDBI ବ୍ୟାଙ୍କକୁ ଆସି ତଦନ୍ତ କରିବା ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.