Below header

ସମଲେଶ୍ୱରୀ ପୀଠର ହେବ ନବକଳେବର, 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ କଲେ ସମୀକ୍ଷା

ସମ୍ବଲପୁର ଗସ୍ତରେ ଯାଇ ମା' ସମଲେଶ୍ୱରୀ ପ୍ରକଳ୍ପ ପରିଦର୍ଶନ ସହ ସମୀକ୍ଷା କଲେ ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ l ଆଜି ସକାଳୁ ସକାଳୁ ସେଠାରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀ ସହ ମଧ୍ୟ ଆଲୋଚନା କରିଛନ୍ତି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ୱରୀ ପ୍ରକଳ୍ପ ପରିଦର୍ଶନ ସହ ସମୀକ୍ଷା କଲେ ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ l ଆଜି ସକାଳୁ ସକାଳୁ ସେଠାରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀ ସହ ମଧ୍ୟ ଆଲୋଚନା କରିଛନ୍ତି । ପୀଠର ଉନ୍ନତିକରଣ ନେଇ ଅନୁଧ୍ୟାନ କରିଛନ୍ତି ଭି. କେ ପାଣ୍ଡିଆନ୍ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି । ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ତେବେ ଆସନ୍ତା ନବବର୍ଷରେ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆଁ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି । ତାର କାର୍ଯ୍ୟ କେତେଦୂର ଆଗେଇଛି । ସେନେଇ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ଭୋର ୬ଟାରେ 5T ଅଧ୍ୟକ୍ଷ ମାଁଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.