Below header

ଜୟପୁରରୁ ଦିଲ୍ଲୀ ଆସୁଥିବା ଚଳନ୍ତା ବସରେ ଲାଗିଲା ନିଆଁ, ୨ ଜୀବନ୍ତ ଦଗ୍ଧ

ଚଳନ୍ତା ବସରେ ନିଆଁ। ରାଜସ୍ଥାନ ଜୟପୁରରୁ ଦିଲ୍ଲୀ ଆସୁଥିବାବେଳେ ହୁତୁ ହୁତୁ ହୋଇ ଜଳିଗଲା ସ୍ଲିପର ବସ। ନିଆଁରେ ପୋଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।

ନୂଆଦିଲ୍ଲୀ: ଚଳନ୍ତା ବସରେ ନିଆଁ। ରାଜସ୍ଥାନ ଜୟପୁରରୁ ଦିଲ୍ଲୀ ଆସୁଥିବାବେଳେ ହୁତୁ ହୁତୁ ହୋଇ ଜଳିଗଲା ସ୍ଲିପର ବସ। ନିଆଁରେ ପୋଡ଼ି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହେଲେ ଅଗ୍ନିକାଣ୍ଡରେ ବସଟି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

ସୂଚନା ଅନୁସାରେ ଜୟପୁରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲା ସ୍ଲିପର କୋଚ୍ । ବିଳମ୍ବିତ ରାତିରେ ଗୁରୁଗ୍ରାମର ସିଗ୍ନେଚର ଟାୱାର ଫ୍ଲାଏଓଭର ନିକଟରେ ବସରେ ନିଆଁ ଲାଗିଯାଇଥିଲା ।  ଏହାପରେ ବସରେ ଥିବା ଯାତ୍ରୀ ଭୟରେ ପାଟି ତୁଣ୍ଡ କରିବା ଆରମ୍ଭ କରିଥିଲେ । ବସରେ ନିଆଁ ଲାଗିବା ଦେଖି ଅନ୍ୟ ଯାତ୍ରୀମାନେ ତତ୍କାଳ ଏହି ସୂଚନା ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ ।

ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ବାହିନୀ ବହୁ ପରିଶ୍ରମ କରିବା ପରେ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ୨ ଜଣ ଯାତ୍ରୀ ନିଆଁରେ ଜଳିଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇସାରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.