Below header

ଡାକ୍ତରଖାନାର ପରିମଳ ବ୍ୟବସ୍ଥାରେ ଅବହେଳା କରିବାରୁ ୬ ସଫେଇ କର୍ମଚାରୀ ନିଲମ୍ବିତ

ଗତ କାଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅଚାନକ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ କ୍ଷୁବ୍ଧ ହୋଇ ଥିଲେ । ଏହାପରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆନନ୍ଦପୁର ଡାକ୍ତରଖାନାକୁ ନେଇ ତତ୍ପରତା ଦେଖିବାକୁ ମିଳିଥିଲା ।

ଆନନ୍ଦପୁର(କେନ୍ୟୁଜ୍): ଡାକ୍ତରଖାନାର ପରିମଳ ବ୍ୟବସ୍ଥାରେ ଅବହେଳା ନେଇ ୬ ସଫେଇ କର୍ମଚାରୀ ନିଲମ୍ବିତ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ୬ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ଆଶିଷ ଠାକରେ। ଗତ କାଲି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅଚାନକ ଡାକ୍ତରଖାନା ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ କ୍ଷୁବ୍ଧ ହୋଇ ଥିଲେ । ଏହାପରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆନନ୍ଦପୁର ଡାକ୍ତରଖାନାକୁ ନେଇ ତତ୍ପରତା ଦେଖିବାକୁ ମିଳିଥିଲା ।

ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ। ଡାକ୍ତରଖାନାରେ ବିଭିନ୍ନ ସମସ୍ଯା ସହ ଡାକ୍ତର ଅଭାବ ସଂପର୍କରେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଖୁବ୍ ଶୀଘ୍ର ଡାକ୍ତର ଅଭାବ ସମସ୍ୟାକୁ  ଦୁର କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତରଖାନାରେ ପରିମଳ ଅବ୍ୟବସ୍ଥା ପାଇଁ ସଂପୃକ୍ତ ଠିକା ସଂସ୍ଥାକୁ ନୋଟିସ୍ କରାଯିବା ସହ ୬ଜଣ ସଫେଇ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.