ବେଆଇନ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ
ବେଆଇନ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ୍ ମୟୂରଝାଲିଆରେ ବେଆଇନ ମାଙ୍କଡ଼ା ପଥର ଖଣି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ l
ନୟାଗଡ଼ (କେନ୍ୟୁଜ୍): ବେଆଇନ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ୍ ମୟୂରଝାଲିଆରେ ବେଆଇନ ମାଙ୍କଡ଼ା ପଥର ଖଣି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ l ମୟୂରଝାଲିଆରେ ଥିବା ମାଙ୍କଡା ଖଣିରେ ବେଆଇନ ଖନନ, ପରିବେଶ ପ୍ରଦୂଷଣ ଏବଂ ମାତ୍ରାଧିକ ଖଣି ଖନନ ନେଇ NGTରେ ଅଭିଯୋଗ ହୋଇଥିଲା ।
୯ ଜଣ ସରକାରୀ ଅଧିକାରୀ ଓ ୨ ଲିଜଧାରୀଙ୍କ ବିରୋଧରେ ଏତଲା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT l ଏ ନେଇ ଚାନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା l ଆଜି ନୟାଗଡ଼ ଜିଲ୍ଲାପାଳ ୬ ଅଧିକାରୀଙ୍କୁ ନିଳମ୍ବନ କରିଛନ୍ତି l ନିଲମ୍ବିତ ଅଧିକାରୀମାନେ ହେଲେ ୨ଜଣ ଆର୍ଆଇ, ୨ଜଣ ସେକ୍ସନ ଅଫିସର ଏବଂ ଜଣେ ସୁପରଭାଇଜର, ଜଣେ କନିଷ୍ଠ ରାଜସ୍ୱ ସହାୟକ ।