ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଷ୍ଟାଫ୍ ନର୍ସ
ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଡାକ୍ତରଖାନାର ଷ୍ଟାଫ୍ ନର୍ସ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ଅଭିଯୋଗ। ସିଏଚସିରେ କାର୍ଯ୍ୟରତ ଡାକ୍ତର ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଷ୍ଟାଫ୍ ନର୍ସ।
ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଡାକ୍ତରଖାନାର ଷ୍ଟାଫ୍ ନର୍ସ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ଅଭିଯୋଗ। ସିଏଚସିରେ କାର୍ଯ୍ୟରତ ଡାକ୍ତରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଷ୍ଟାଫ୍ ନର୍ସ।
ଏନେଇ ନର୍ସ ଜଣଙ୍କ ଗତକାଲି ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ନର୍ସଙ୍କର ବୟାନ ରେକର୍ଡ କରାଯାଇଛି। ଗତ ଦୁଇ ତିନି ବର୍ଷ ଧରି ଡାକ୍ତର ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଦର୍ଶାଇଛନ୍ତି। ଏପରିକି ରାତି ଅଧରେ ଫୋନ୍ କରି ନିଜ ରୁମକୁ ଡାକୁଥିବା ଅଭିଯୋଗ କରିଛନ୍ତି।
ନ ଆସିଲେ ବିଭିନ୍ନ ପ୍ରକାରର ଧମକ ଚମକ ଦେଉଥିବା ଦର୍ଶାଇଛନ୍ତି। ଏକଟିଆ ପାଇଲେ ଟଣା ଓଟରା କରୁଥିବା ସେ କହିଛନ୍ତି। ନର୍ସ ଜଣଙ୍କ ବିବାହିତ ଓ ତାଙ୍କର ଏକ ଶିଶୁ ରହିଛି। ଆଜି ନିଜ ସ୍ୱାମୀଙ୍କ ସହ କୋର୍ଟରେ ପହଞ୍ଚି ବୟାନ ରେକର୍ଡ କରାଇଛନ୍ତି। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର।