୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ, ରୂପାଲି ବରୁଆଙ୍କୁ କଲେ ଜୀବନସାଥୀ

ହିନ୍ଦୀ ସମେତ ପ୍ରାୟ ୧୧ଟି ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ବରିଷ୍ଠ ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି।

ହିନ୍ଦୀ ସମେତ ପ୍ରାୟ ୧୧ଟି ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ବରିଷ୍ଠ ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ ରୂପାଲି ବରୁଆ। ଏବେ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରୂପାଲି ବରୁଆ ଆସାମର ବାସିନ୍ଦା। ଦୁହେଁ ପରସ୍ପରକୁ ପ୍ରଥମେ ଭେଟିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମେ’ ୨୫ରେ ଉଭୟ କୋଲକାତାରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରିପୋର୍ଟ ମୁତାବକ, ସେମାନେ କୋର୍ଟ ବିବାହ କରିଛନ୍ତି।

 

View this post on Instagram

 

A post shared by Rupali Barua (@dhuniyabyrupali)

ଆଶିଷ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ଜଣାଶୁଣା ନାମ ହୋଇଥିବା ବେଳେ ସେପଟେ ତାଙ୍କ ପତ୍ନୀ ରୂପାଲି ବରୁଆ ଜଣେ ଫ୍ୟାଶନ ଉଦ୍ଦ୍ୟୋଗୀ। ରିପୋର୍ଟ ଅନୁସାରେ, ତାଙ୍କର କୋଲକାତାରେ ଏକ ଫ୍ୟାଶନ ଷ୍ଟୋର୍ ମଧ୍ୟ ରହିଛି।

 

View this post on Instagram

 

A post shared by Rupali Barua (@dhuniyabyrupali)