ଗରିବ ହେଲେ ଅରବପତି! ୧୫ କୋଟିରୁ ୭ କୋଟି ହେଲା Wipro ଚେୟାରମ୍ୟାନ୍‌ଙ୍କ ଦରମା

ଆଇଟି କମ୍ପାନୀଗୁଡିକର ସମସ୍ୟା କମିବାର ନାଁ ନେଉନାହିଁ। ପ୍ରଥମେ କର୍ମଚାରୀମାନଙ୍କ ଛଟେଇ, ଆଉ ଏବେ ଚେୟାରମ୍ୟାନ୍‌ଙ୍କ ଦରମା କାଟ୍‌। ବାସ୍ତବରେ, ଆର୍ଥିକ ମାନ୍ଦାବସ୍ଥାର ସବୁଠାରୁ ଅଧିକ ପ୍ରଭାବ ଆଇଟି କ୍ଷେତ୍ରରେ ହିଁ ଦେଖିବାକୁ ମିଳିଛି।

ଆଇଟି କମ୍ପାନୀଗୁଡିକର ସମସ୍ୟା କମିବାର ନାଁ ନେଉନାହିଁ। ପ୍ରଥମେ କର୍ମଚାରୀମାନଙ୍କ ଛଟେଇ, ଆଉ ଏବେ ଚେୟାରମ୍ୟାନ୍‌ଙ୍କ ଦରମା କାଟ୍‌। ବାସ୍ତବରେ, ଆର୍ଥିକ ମାନ୍ଦାବସ୍ଥାର ସବୁଠାରୁ ଅଧିକ ପ୍ରଭାବ ଆଇଟି କ୍ଷେତ୍ରରେ ହିଁ ଦେଖିବାକୁ ମିଳିଛି। ଦେଶର ଅନ୍ୟତମ ବୃହତ୍ତମ ଆଇଟି କମ୍ପାନୀ ‘ୱିପ୍ରୋ’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରିଶଦ୍‌ ପ୍ରେମଜୀଙ୍କ ଦରମା ହ୍ରାସ ପାଇ ଅଧା ହୋଇଯାଇଛି।

ଆର୍ଥିକ ବର୍ଷ ୨୦୨୩ ପାଇଁ ୱିପ୍ରୋର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରିଶଦ୍‌ ପ୍ରେମଜୀ ନିଜର କମ୍ପେନ୍‌ସେସନରେ ସ୍ୱେଚ୍ଛାକୃତ ଭାବେ କଟ୍‌ କରିଛନ୍ତି। ଆମେରିକୀୟ ସୁରକ୍ଷା ଏବଂ ବିନିମୟ ଆୟୋଗକୁ ଦିଆଯାଇଥିବା ସୂଚନା ମୁତାବକ, ରିଶଦ୍‌ ପ୍ରେମଜୀ ନିଜ ବେତନ ଅଧା କରିଦେଇଛନ୍ତି।

ସୂଚନା ମୁତାବକ, ରିଶଦ ପ୍ରେମଜୀ ଗତ ଆର୍ଥିକ ବର୍ଷରେ କମ୍ପେନ୍‌ସେସନ ରୂପେ ୯,୫୧,୩୫୩ ଡଲାର (ପାଖାପାଖି ୭.୮୭ କୋଟି ଟଙ୍କା) ପାଇଥିଲେ। ଯେତେବେଳେ କି, ଏହା ପୂର୍ବ ବର୍ଷରେ ତାଙ୍କର କମ୍ପେନ୍‌ସେସନ ଥିଲା ୧,୮୧୯,୦୨୨ ଡଲାର (ପାଖାପାଖି ୧୫.୫ କୋଟି ଟଙ୍କା)। ଏହି ହିସାବରେ ତାଙ୍କ ଦରମା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ରିଶଦ୍‌ ପ୍ରେମଜୀଙ୍କୁ ମିଳିଥିବା କମ୍ପେନ୍‌ସେସନରେ ଦରମା, ଭତ୍ତା, ଟର୍ମ ସୁବିଧା ଏବଂ ଅନ୍ୟାନ୍ୟ ଆୟ ଅନ୍ତର୍ଭୁକ୍ତ ରହିଛି।