ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ବୈଠକ, ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ

ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ । ଏହାଦ୍ୱାରା ହିଁ ଟ୍ରାଫିକ ସମସ୍ୟା ସୁଧୁରି ପାରିବ । ଯେଉଁମାନେ ୫ ଥରରୁ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ମାମଲା ମଧ୍ୟ ରୁଜୁ କରାଯିବ I ଟ୍ରାଫିକ ନିୟମକୁ ମାନିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ କମିସନର ।

ଭୁବନେଶ୍ୱର(କେନ୍ୟୁଜ୍): ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ । ଏହାଦ୍ୱାରା ହିଁ ଟ୍ରାଫିକ ସମସ୍ୟା ସୁଧୁରି ପାରିବ । ଯେଉଁମାନେ ୫ ଥରରୁ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ମାମଲା ମଧ୍ୟ ରୁଜୁ କରାଯିବ I ଟ୍ରାଫିକ ନିୟମକୁ ମାନିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ କମିସନର ।

ସଠିକ ସମୟରେ ଫାଇନ ଭରିବା ପାଇଁ କହିଛନ୍ତି । ବିଶେଷକରି ପ୍ରପଟି ଅଫେନ୍ସକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି I ବିଭିନ୍ନ ମାମଲାରେ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦନ୍ତ ସରିବ ଏବଂ ପ୍ରମାଣ ଯୋଗାଡ଼ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ତା ଉପରେ ପୋଲିସ କମିଶନର ଗୁରୁତ୍ୱ ଦେଇଛନ୍ତି ।

ଇରାନୀ ଗ୍ୟାଙ୍ଗକୁ ଧରିବାରେ କମିଶନରେଟ ପୋଲିସ ସଫଳ ହୋଇଛି । ସେହିପରି ୟୁପିର ବାୱରିଆ ଗ୍ୟାଙ୍ଗ ଧରାପଡ଼ିଛି । ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ବୈଠକରେ ଏସବୁ ଉପରେ ଆଲୋଚନା ହୋଇଛି । ଏଥିରେ ପୋଲିସ କମିସନର, ଭୁବନେଶ୍ୱର ଓ କଟକ ଡିସିପି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.