Below header

ଆଇ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଲେ ଦୁର୍ବୁତ୍ତ

ଦେବଗଡ଼ ସହରରେ ଚlଞ୍ଚଲ୍ୟ । ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଇ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଲେ ଦୁର୍ବୁତ୍ତ । ଦେବଗଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅପହୃତା ଶିଶୁକନ୍ୟାଙ୍କ ପରିବାର ।

ଦେବଗଡ଼ : ଦେବଗଡ଼ ସହରରେ ଚlଞ୍ଚଲ୍ୟ । ମୁଖ୍ୟ ବଜାର ଠାରେ ଘର ସମ୍ମୁଖରୁ ଆଇ କୋଳରୁ ୬ ବର୍ଷୀୟା ନାତୁଣୀକୁ ଝାମ୍ପିନେଲେ ଦୁର୍ବୁତ୍ତ। ଦେବଗଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ଅପହୃତା ଶିଶୁକନ୍ୟାଙ୍କ ପରିବାର । ପଲସର ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଅପହରଣ କରିନେଇଥିବା ସୂଚନା। ଅପହୃତ ନାବାଳିକା ହେଉଛନ୍ତି ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା କନ୍ୟା ସନ୍ତାନ ପିହୁ ଅଗ୍ରୱାଲ।

ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଆଦର୍ଶ ଥାନା ପୁଲିସ। ରାଞ୍ଚି – ବିଜୟ ୱାଡା ରାସ୍ତାରେ ଅପହରଣକାରି ଫେରାର ହେଉଥିବା ଅଭିଯୋଗ କରିଛନ୍ତି ପ୍ରତ୍ୟକ୍ଷ୍ୟ ଦର୍ଶୀ। ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କ ନିର୍ଦେଶରେ ପୁଲିସର ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁଙ୍କ ସମେତ ଥାନା ଅଧିକାରୀ ସରୋଜ ସେଠି ଏବଂ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ତଦନ୍ତ କରିବା ସହ ସମସ୍ତ ରାସ୍ତାକୁ ସିଲ କରିଥିବା ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.