Below header

ବାବା ରାମଦେବଙ୍କୁ ଚ୍ୟାଲେଞ୍ଜ କରିଛି ୬ ବର୍ଷର ବାଳକ

ପଟ୍ଟାମୁଣ୍ଡାଇ : ବାବା ରାମଦେବଙ୍କୁ ଚ୍ୟାଲେଞ୍ଜ କରିଛି ୬ ବର୍ଷର ବାଳକ । ଲକ୍ଷ୍ୟ ରଖିଛି ଭବିଷ୍ୟତରେ ତାଙ୍କରି ଭଳି ହେବ । ଆଉ ଲୋକଙ୍କୁ ଯୋଗ ଶିଖାଇବ । ଯୋଗାସନରେ ଧୂରନ୍ଧର ଏହି କୁନି ପିଲାଟି ହେଉଛି ପଟ୍ଟାମୁଣ୍ଡାଇ ବ୍ଳକ୍‌ ଦେଉଳି ଗାଁରେ ଜୟଦେବ ବାରିକ । ବାବା ରାମଦେବଙ୍କ ଭଳି ଯୋଗଗୁରୁ ହେବାକୁ ଲକ୍ଷ୍ୟ ରଖିଛି ଜୟଦେବ ।

ଅନ୍ୟପଟେ ଗ୍ରାମବାସୀ ମଧ୍ୟ ଜୟଦେବର ଏଭଳି ପ୍ରତିଭାରେ ବେଶ ଖୁସି । କିଛି କିଛି ଲୋକ ଏବେ ଜୟଦେବଠାରୁ ଯୋଗ ଶିଖିବା ମଧ୍ୟ ଆରମ୍ଭ କରିଦେଲେଣି ।  ଜୟଦେବ ଭବିଷ୍ୟତରେ ଦିନେ ବାବା ରାମଦେବଙ୍କ ଭଳି ଯୋଗଗୁରୁ ହେଉ ଏବଂ ଗାଁର ନାଁକୁ ଉଚ୍ଚା କରୁ, ଏହି ଆଶା ରଖିଛନ୍ତି ପରିବାର ଓ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.