Below header

ସୁନା ପିନ୍ଧିବା କେଉଁ ମାନଙ୍କ ପାଇଁ ଉଚିତ୍ ଏବଂ ଅନୁଚିତ୍ !

ସୁନାର ଚେନ୍, ମୁଦି, କଡା ପିନ୍ଧିବା ଦ୍ବାରା ଯଦି ଅପଣଙ୍କର ଫାଇଦା ହେଉଛି ତ’ ଆପଣଙ୍କୁ ଧନବାନ୍ ଓ ସମ୍ମାନିତ ବ୍ୟକ୍ତି କାରିଥାଏ ଆଉ ଯଦି ଆପଣଙ୍କର କ୍ଷତି ହେଉଛି ତେବେ ଆପଣଙ୍କ ଜୀବନରେ ଘଟଣା ବା ର୍ଦୁଘଟଣା ବଢିଯାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ କେଉଁ ମାନଙ୍କୁ ସୁନା ପିନ୍ଧିବା ଉଚିତ୍ ଏବଂ କେଉଁ ମାନେ ପିନ୍ଧିବା ଅନୁଚିତ୍ ଏହା ଜାଣିବା ଜରୁରୀ ଅଟେ ।

ସୁନା ଧାରଣ କରିବାର ଲାଭ :

• ଯଦି ଆପଣଙ୍କର ଲଗ୍ନ ମେଷ, କର୍କଟ, ସିଂହ ଏବଂ ଧନୁ ହୋଇଥାଏ ତେବେ ଆପଣଙ୍କ ପାଇଁ ସୁନା ଧାରଣ କରିବା ଉତ୍ତମ ହୋଇଥାଏ ।

• ସୁନା ଧାରଣ କରିବା ଦ୍ବାରା ସମ୍ମାନ ଏବଂ ରାଜକୀୟ ସହଯୋଗ ମିଳିଥାଏ ।

• ଏକାଗ୍ରତା ଚାହୁଁଛନ୍ତି ତ’ ହାତର ବିଶି ଆଙ୍ଗୁଠିରେ ସୁନା ଧାରଣ କରନ୍ତୁ ।

• ଦାମ୍ପତ୍ୟ ଜୀବନରେ ଖୁସି ଆଣିବାକୁ ଚାହୁଁଛନ୍ତି ତ’ ଗଳାରେ ସୁନା ଚେନ୍ ଧାରଣ କରନ୍ତୁ ।

• ଯଦି ସନ୍ତାନ ହେଉନାହିଁ ତେବେ ଅନାମିକା ଆଙ୍ଗୁଠିରେ ସୁନା ଧାରଣ କରନ୍ତୁ ।

• ଯଦି ଥଣ୍ଡା କାଶ ଏବଂ ଶ୍ବାସର ସମସ୍ୟା ଅଛି ତେବେ କନିଷ୍ଠ ଆଙ୍ଗୁଠିରେ ସୁନା ଧାରଣ କରନ୍ତୁ ।

• ଯଦି ଆପଣ ପତଳା ହୋଇଥାନ୍ତି ତେବେ ଆପଣଙ୍କୁ ସୁନା ପିନ୍ଧିବା ନିହାତି ଆବଶ୍ୟକ ।

• ସୁନା ଧାରଣ କରିବା ଫଳରେ ଛାତି, ହାତ, କାନ୍ଧ, କାନ ଏବଂ ଗଳାର ଯନ୍ତ୍ରଣା କମିଥାଏ ।

• କୁହାଯାଏ ସୁନା ଛାତିକୁ ଆକର୍ଷିତ କରିଥାଏ ତେଣୁ ଗଳାରେ ସୁନା ଧାରଣ କରିବା ଉଚିତ୍ ।

ସୁନା ଧାରଣର କ୍ଷତି :

• ଯଦି ଆପଣଙ୍କର ଲଗ୍ନ ବୃଷ, ମିଥୁନ, କନ୍ୟା ଏବଂ କୁମ୍ଭ ହୋଇଥାଏ ତେବେ ଆପଣଙ୍କୁ ସୁନା ଧାରଣା କରିବା ଅନୁଚିତ୍ । ତୁଳା ଏବଂ ମକର ଲଗ୍ନର ଲୋକଙ୍କୁ ସୁନା ଖୁବ୍ କମ୍ ପିନ୍ଧିବା ଉଚିତ୍ । ବିଛା ଏବଂ ମୀନ ଲଗ୍ନର ଲୋକମାନେ ସୁନା ଧାରଣ କରିବା ମଧ୍ୟମ ହୋଇଥାଏ ।

• ଯେଉଁ ମାନଙ୍କ ଜାତକରେ ବୃହସ୍ପତି ଖରାପ ହୋଇଥାନ୍ତି ସେମାନଙ୍କୁ ସୁନା ଧାରଣ କରିବା ଉଚିତ୍ ନୁହେଁ ।

• ଯେଉଁ ମାନଙ୍କର ମୋଟାପା ଏବଂ ପେଟ ଜନିତ ସମସ୍ୟା ରହିଥାଏ ସେମାନଙ୍କୁ ସୁନା ଧାରଣ କରିବା ଅନୁଚିତ୍ ।

• ଯେଉଁ ବ୍ୟକ୍ତିମାନେ ଅଧିକ ମାତ୍ରାରେ କ୍ରୋଧୀ ହୋଇଥାନ୍ତି ସେମାନଙ୍କୁ ସୁନା ପିନ୍ଧିବା ଅନୁଚିତ୍ ।

• ଯେଉଁ ମହିଳା ଗର୍ଭବତୀ ହୋଇଥାନ୍ତି ସେମାନଙ୍କୁ ସୁନା ଧାରଣ କରିବା ଅନୁଚିତ୍ ।

• ସୁନାକୁ ଶୋଇବା ସମୟରେ ବାହାର କରି ମୁଣ୍ଡ ତଳେ ରଖନ୍ତୁ ନାହିଁ । ଅନେକ ଲୋକ ଶୋଇବା ସମୟରେ ମୁଦିକୁ କାଢି ତକିଆ ତଳେ ରଖିଥାନ୍ତି । ଏପରି କରିବା ଦ୍ବାରା ଆୟୁ ସମସ୍ୟା ଦେଖାଦେଇଥାଏ ।

ଅନ୍ୟ ନିୟମ :

• ଗଳାରେ ସୁନା ଧାରଣ କରିବାର ଅର୍ଥ ଆପଣଙ୍କର ବୃହସ୍ପତି ଗ୍ରହ ଜାତକର ଲଗ୍ନରେ ପ୍ରଭାବ ପକାଇଥାଏ ।

• ହାତରେ ସୁନା ଧାରଣ କରିବାର ଅର୍ଥ ପରାକ୍ରମୀ ଅର୍ଥାତ୍ ୩ୟଭାଗରେ ବୃହସ୍ପତି ସକ୍ରିୟ ହୋଇଥାଏ ।

• ସୁନାର ବସ୍ତୁର ଦାନ ଏବଂ ଉପହାର ତାଙ୍କୁ କରନ୍ତୁ ଯିଏ ଆପଣଙ୍କର ପ୍ରିୟ । କୌଣସି ଅଚିହ୍ନା ଏବଂ ଅପ୍ରିୟ ଲୋକଙ୍କୁ ସୁନା ଦିଅନ୍ତୁ ନାହିଁ ।

• ଇଶାଣ କୋଣରେ ସୁନାକୁ ନାଲି କପଡାରେ ବାନ୍ଧିକି ରଖନ୍ତୁ । ଏହା ଦ୍ବାରା ବୃହସ୍ପତିଙ୍କର ମଙ୍ଗଳ ମିଳିଥାଏ ଏବଂ ଆପଣଙ୍କର ଧନ ସମ୍ପତି ବଢିଥାଏ ।

• ସୁନା ସହ ଅନ୍ୟ କୌଣସି ଧାତୁ ରଖନ୍ତୁ ନାହିଁ । ଏହା ଦ୍ବାରା ବୃହସ୍ପତିଙ୍କର ଅଶୁଭ ନଜର ଆପଣଙ୍କ ଉପରେ ପଡିଥାଏ ।

• ସୁନା ଧାରଣ କରିବେ କି ନାହିଁ ଏହା ଜ୍ୟୋତିଷଙ୍କୁ ପଚାରି ଧାରଣ କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.