ମହିଳା ହିତାଧିକାରୀଙ୍କୁ ଯାଜପୁର ବ୍ଲକ କାର୍ଯ୍ୟାଳୟରେ କିରାଣୀଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର : ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁର ମହିଳା ହିତାଧିକାରୀଙ୍କୁ ଯାଜପୁର ବ୍ଲକ କାର୍ଯ୍ୟାଳୟରେ ଆକ୍ରମଣ ଅଭିଯୋଗ । ବ୍ଳକର କିରାଣୀ ରଞ୍ଜନ କୁମାର ସିଂ ଓ ତାଙ୍କ ସହଯୋଗୀ ପ୍ରକାଶ ତ୍ରିପାଠୀ ଆକ୍ରମଣ କରିବା ନେଇ ଯାଜପୁର ସଞ୍ଜୁଲତା ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟତା ଥିଲେ ବି ମଞ୍ଜୁଲତା ବାଦ ପଡିଥିଲେ । ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ବି ମଞ୍ଜୁଲତାଙ୍କ ସପକ୍ଷରେ ରାୟ ଦେଇଥିଲେ । କୋର୍ଟ କାଗଜପତ୍ର ନେଇ ମଞ୍ଜୁଲତା ବ୍ଲକ ଅଫିସକୁ ଯାଇଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷ ଖଣ୍ଡନ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.