ଖୁସିର ନୁହେଁ ଦୁଃଖର ରଙ୍ଗ ବୋଳିଦେଲା ହୋଲି: ସାଙ୍ଗ ହୋଇ ଗାଧୋଇବା ବେଳେ ଖରସ୍ରୋତା ନେଇଗଲା ଜୀବନ

ଯାଜପୁର(କେନ୍ୟୁଜ୍): ହୋଲି ନେଇ ଆସିଲା ମୃତ୍ୟୁ । ରଙ୍ଗର ଖେଳରେ ଚାଲିଗଲା ଜୀବନ। ସାଥି ହୋଇ ରଙ୍ଗ ଖେଳିଥିଲେ ଆଉ ସାଥି ହୋଇ ଆରପାରିକି ଚାଲିଗଲେ । ହୋଲି ଉତ୍ସବର ମାହୋଲ  ଶେଷ ହୋଇନଥାଏ । ସେପଟେ ଖବର ଆସିଲା ଖରସ୍ରୋତା ନଦୀରେ ୬ ସାଙ୍ଗ ହୋଲି ଖେଳି ସାରବା ପରେ ନଦୀରେ ଗାଧୋଇ ବୁଡି ଯାଇଛନ୍ତି।

ଯାଜପୁର  ବଡ଼ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଘଟିଛି ଏହି ଅଘଟଣ। ହୋଲି ପାଇଁ ରଙ୍ଗ ଖେଳି ସାରି ୬ଜଣ ପିଲା ନଦୀକୁ ଗାଧୋଇବାକୁ ଯାଇ ନଦୀରେ  ବୁଡିଯାଇଛନ୍ତି। ସେମାନଙ୍କ ମଧ୍ଯରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକଙ୍କୁ ଯାଜପୁର ବଡ ମେଡିକାଲକୁ ପଠାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ଜଣକ ନାମ ଶୁଭମ ଜେନା ଓ ବାପାଙ୍କ ନାମ ସତ୍ୟସୁନ୍ଦର ଜେନା ବୋଲି ଜଣାପଡିଛି । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ହୋଲି ପାଇଁ ବନ୍ଧମୁଣ୍ଡା ଗାଁକୁ ତାଙ୍କ ମାମୁଁ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି।

ଅଘଟଣ ସମ୍ପର୍କରେ ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏଥିସହ ସେମାନେ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମକୁ ଖବର ଦେଇଥିଲେ  l ଆଉ ଜଣେ ନିଖୋଜ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଦମକଳ ବାହିନୀ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ଓଡ୍ରାଫ ଟିମ୍ ର ସହାୟତା ନିଆଯାଇଛି।  ସ୍ଥାନୀୟ ଖବର ପାଇ ବରୀ ବିଧାୟିକା ସୁନନ୍ଦା ଦାସ ପହଂଚି ପରିସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଯାଜପୁର ବିଡିଓ ଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.