ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ କରୋନା ପଜିଟିଭ୍ ଚିହ୍ନଟ, ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୩ ଜଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ କରୋନା ପଜିଟିଭ୍ ଚିହ୍ନଟ, ୬ ମୃତ । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୬୪୯ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୩ ଜଣ । ୨୪ ଘଣ୍ଟାରେ ୬୦ ହଜାର ୨୯୮ କୋଭିଡ୍ ଟେଷ୍ଟିଂ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯ ଜଣ, ବାଲେଶ୍ୱରରୁ ୩୭ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୧ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୩୭ ଜଣ, ଯାଜପୁରରୁ ୩୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି  ।

ସେହିପରି କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୯ ଜଣ, କୋରାପୁଟରୁ ୫ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୩୦ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୬ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୧୭ ଜଣ, ରାୟଗଡ଼ାରୁ୩ ଜଣ, ସମ୍ୱଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟ ପୁଲରୁ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.