Below header

ଏକାମ୍ର ଯୋଜନା ପାଇଁ ୬୫୬ କୋଟି, ସମଲେଇ ଯୋଜନା ଅବଧି ବୃଦ୍ଧି

ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନାରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ଖର୍ଚ୍ଚ ହେବ ୬୫୬ କୋଟି ୭୩ ଲକ୍ଷ ଟଙ୍କା । ଏହି ଯୋଜନାର କାର୍ଯ୍ୟକାରିତ ୨୦୨୦-୨୧ରୁ ୨୦୨୪-୨୫ ଯାଏ ରହିବ । ଏହି ଯୋଜନାରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ବର ଐତିହ୍ୟ ଓ ଭବ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନାରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ଖର୍ଚ୍ଚ ହେବ ୬୫୬ କୋଟି ୭୩ ଲକ୍ଷ ଟଙ୍କା । ଏହି ଯୋଜନାର କାର୍ଯ୍ୟକାରିତ ୨୦୨୦-୨୧ରୁ ୨୦୨୪-୨୫ ଯାଏ ରହିବ । ଏହି ଯୋଜନାରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ବର ଐତିହ୍ୟ ଓ ଭବ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ ।

ତେବେ ରାଜ୍ୟ କ୍ୟାବିନେଟ୍ ମୋଚ୍ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ସେହିପରି ମା’ ସମଲେଶ୍ୱରୀ ମନ୍ଦିର ଯୋଜନା କାର୍ଯ୍ୟକାରୀତା ବୃଦ୍ଧିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ଏହି ଯୋଜନାରେ ମୋଟ୍ ୩୮୮.୨୬ କୋଟି ବ୍ୟୟ ଅଟକଳ ରହିଛି । ଏହାର କାର୍ଯ୍ୟକାରିତା ୨୦୨୧-୨୨ ରୁ ୨୦୨୪-୨୫ ବର୍ଷ ଯାଏ ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.