ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର

ଉମରକୋଟ(କେନ୍ୟୁଜ୍): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଗୁରୁତର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତର ପୁର୍ଲା ଗାଁରେ ଅଭାବନୀୟ ଘଟଣା । ଗୁରୁତର ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

ଚିକିତ୍ସିତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୨ଜଣ ଶିଶୁ ଅଛନ୍ତି । ସେହି ଗାଁର ହୀରା ସିଂ ଭତ୍ରାଙ୍କ ପାଳଗଦାରେ ଛତୁ ଫୁଟିଥିଲା । ପରିବାର ଲୋକେ ସେହି ଛତୁକୁ ଆଣି ଖାଇବା ପରେ ସମସ୍ତଙ୍କୁ ପ୍ରଥମେ ବାନ୍ତି ହେବାରୁ ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.