Below header

ଯାଜପୁର: ନାଳରେ ଗାଧୋଇବା ବେଳେ ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

ଯାଜପୁର (କେନ୍ୟୁଜ): ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ। ନାଳରେ ଗାଧୋଇବା ବେଳେ ପାଣିରେ ବୁଡି ୭ବର୍ଷର ଶିଶୁ କନ୍ୟାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଅଧିନ ପଟୁଣିଆ ପଞ୍ଚାୟତର ହାମଜାପୁର ଗାଁରେ। ମୃତ ଶିଶୁ କନ୍ୟା ହେଲେ ଗାଁର ପିକୁଲୁ ଦାସ ଓ ସଂଧ୍ୟାରାଣୀ ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା (୭)।

minor girl

ମୃତା ଲକ୍ଷ୍ମୀପ୍ରିୟା ଆଜି ସାନ ଭାଇ ସହ ନିକଟସ୍ଥ ଶଗଡ଼ିଆ ନାଳକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ୪ବର୍ଷର ସାନ ଭାଇକୁ ବସାଇ ନିଜେ ନାଳ ଭିତରକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ପାଣି ଭିତରେ ବୁଡି ଯାଇଥିଲେ। ଖବର ପାଇ ଗାଁ ଲୋକେ ନାଳ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.