ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିଚାଳନା କମିଟିର ନିଷ୍ପତ୍ତି

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି । ପରିଚାଳନା ପାଇଁ ଗଠନ ହେଲା ଆଠୋଟି ସବ୍‌ କମିଟି । ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହେବ ଗୁରୁକୁଳ ସ୍କୁଲ । ଆର୍ଥିକ ଅନଗ୍ରସର ୪ ଶହ ସେବାୟତ ପରିବାରକୁ ଜମି ଯୋଗାଇଦିଆଯିବ । ଘର ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ମିଳିବ ୨ଲକ୍ଷ ଟଙ୍କା ସହାୟତା ।

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ କରିବେ ୫ ବର୍ଷିୟା ପ୍ଲାନ । ହେରିଟେଜ କରିଡର ନିର୍ମାଣ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଖୁବଶୀଘ୍ର ଅନୁମତି ଦେବ ବୋଲି ଆଶା ରହିଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୁରୀରେ ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟି ବୈଠକ ବସିଥିଲା । ଏଥିରେ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍‌ପି ଓ ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ଉପସ୍ଥିତ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.