ନୁସରତଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁ୍ତ୍ରକୁ ଦେଲେ ଜନ୍ମ

ବଙ୍ଗାଳି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୁସରତ ମା’ ହୋଇଯାଇଛନ୍ତି। ବୁଧବାର ଦିନ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ନୁସରତ ଗୁରୁବାର ସକାଳୁ ହସ୍ପିଟାଲରୁ ଏକ ଫଟୋ ସେୟାର କରିଥିଲେ ଓ ନିଜ ପାଇଁ ସକାରାତ୍ମକ କଥା କହିଥିଲେ। ଫଟୋ ସେୟାର କରି କ୍ୟାପ୍ସନରେ ସେ ଲେଖିଥିଲେ, ‘ଡର ଆଗରେ ଭରସା. #positivity #morningvibes’ ଏହା ସହ ସେ ଏକ ହାର୍ଟ ଇମୋଜୀ ମଧ୍ୟ ସେୟାର କରିଥିଲେ। ହସ୍ପିଟାଲ ସୂତ୍ର ଅନୁଯାୟୀ ମା’-ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଶିଶୁର ଓଜନ ୨.୯ କିଲୋଗ୍ରାମ ଅଛି। ଡାକ୍ତର ଉଭୟ ମା’ ଓ ଶିଶୁର ଯତ୍ନ ନେଉଛନ୍ତି।

 

View this post on Instagram

 

A post shared by Nusrat (@nusratchirps)

ସୂଚନାଯୋଗ୍ଯ, ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କ ସହିତ ଡେଷ୍ଟିନେସନ ୱେଡିଂ କରିଥିଲେ। କିନ୍ତୁ ବିବାହର କିଛିଦିନ ମଧ୍ୟର ସେମାନଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.