Below header

ତିନି ଭିନ୍ନକ୍ଷମ ପୁଅଙ୍କୁ ନେଇ ଦୁଃଖରେ ଦିନ କାଟୁଛନ୍ତି ୭୪ବର୍ଷୀୟ ମହେନ୍ଦ୍ର, ଏବେ ଖାଲି ଅପେକ୍ଷା ପ୍ରଶାସନର ସହାୟତାକୁ

ଭଦ୍ରକ: କେନ୍ଦ୍ର ତଥା ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ଖାଦ୍ୟ,ବାସଗୃହ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହିତ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ମଧ୍ଯ ଯୋଗାଇ ଦେଉଛନ୍ତି। କିନ୍ତୁ ଏ ସବୁ ସତ୍ୱେ ଭଦ୍ରକ ବ୍ଲକ ଅଧିନସ୍ଥ ଚଣ୍ଡୀ ଗାଁ ପଚାୟତର ଏକତାଳି ଗାଁ ଥିବା ଗୋଟିଏ ୩ ଜଣିଆ ଭିନ୍ନକ୍ଷମ ପରିବାର ଏସବୁ ଯୋଜନାରୁ ବାଦ ପଡିଛନ୍ତି। କେବେଳ ସେତିକି ନୁହେଁ ଅବଶକୀୟ ଅର୍ଥ ଅଭାବରୁ ସେମାନଙ୍କର ଚିକିତ୍ସା ହୋଇପାରୁନାହିଁ। ଯାହାଫଳରେ ଦୁଃଖ ଯନ୍ତ୍ରଣା ଓ ର୍ଦୁଦିନରେ ଗତି କରୁଛନ୍ତି ଏହି ଭିନ୍ନକ୍ଷମ ପରିବାର। ସରକାରୀ ଯୋଜନା ପାଇବା ବି ଏମାନଙ୍କ ପାଇଁ ପାଲଟିଛି ସାତ ସପନ।

ଭଦ୍ରକ ବ୍ଲକ ଅଧିନସ୍ଥ ଚଣ୍ଡୀ ଗାଁ ପଞ୍ଚାୟତର ଏକତାଳି ଗ୍ରାମର ମହେନ୍ଦ୍ର ସାମଲ । ବୟସ ୭୪ବର୍ଷ । ପରିବାର କହିଲେ ୩ଜଣ ଭିନ୍ନକ୍ଷମ ଅବିବାହିତ ପୁଅ ଅକ୍ଷୟ, ଅଜୟ ଓ ବିଜୟ । ପରିବାରର ରୋଜଗାର ବୋଲି କିଛି ବି ନାହିଁ। ଏପରିସ୍ଥଳେ ମୁଣ୍ଡ ଗୁଂଜି ରହିବା ପାଇଁ ମାତ୍ର ୫ଫୁଟର ଚାଳିଆ ଘର ସାହାରା। ସେହି ଘର ଭିତରେ ଏହି ୪ ଜଣ ଠିକ୍ ସେ ଶୋଇପାରୁନଥିବାରୁ, ୨ଜଣ ପ୍ରତ୍ୟେକ ଦିନ ଅନ୍ୟ ପିଣ୍ଡାରେ ଶୋଇ ଜୀବନ ବିତାଉଛନ୍ତି। ମହେନ୍ଦ୍ର ଜଣେ ଗରିବ,ହେଲେ ବି ସେ ତାଙ୍କ ପିଲାମାନଙ୍କୁ ପାଠ ପଢାଇଛନ୍ତି। କିନ୍ତୁ ଭାଗ୍ୟ ମହେନ୍ଦ୍ର ପରିବାରଙ୍କୁ ସାଥ୍ ଦେଲା ନାହିଁ। ତାଙ୍କ ବଡ଼ ପୁଅ ଅକ୍ଷୟ ଯୁକ୍ତ ୨ ପାସ୍ କରିବାର କିଛି ଦିନ ପରେ ତାଙ୍କ ଗୋଡ଼, ହାତ ହଠାତ୍ ସରୁ ହୋଇଗଲା। ସେ ଆଉ ଚାଲିବୁଲି ପାରିଲେ ନାହିଁ। ସେହିପରି ମଝିଆ ପୁଅ ଅଜୟ ବିଏ ପାସ କରିଛନ୍ତି। କିନ୍ତୁ ହଠାତ୍ ତାଙ୍କୁ ପାରାଲିସିସ୍ ଆଟାକ୍ ହେବାପରେ ସେ ମଧ୍ଯ ସମ୍ପର୍ଣ୍ଣ ଅକର୍ମଣ୍ୟ ହୋଇ ପଡିରହିଛନ୍ତି। ଘୁଷୁରୀ ଘୁଷୁରୀ ଯା ଆସ କରୁଛନ୍ତି।

poor familyଏତିକିରେ ସରିନଥିଲା କଷଣ, ଏପରି ସ୍ଥଳେ ସାନ ପୁଅ ବିଜୟ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେ ବି ଶେଷରେ ଅକର୍ମଣ୍ୟ ହୋଇଗଲେ। ତିନି ପୁଅଙ୍କର ଏଭଳି ଅବସ୍ଥାରେ ମହେନ୍ଦ୍ରଙ୍କ ସ୍ତ୍ରୀ ଆଜିକୁ ୧୨ ବର୍ଷ ତଳେ ଶ୍ୱାସ ରୋଗରେ ମୃତ୍ୟୁ ବରଣ କରିଥିଲେ। ଏବେ ଏହି ପରିବାରଟି ବେସାହାରା ହୋଇ ପଡିଛି। ଚିକିତ୍ସା ପାଇଁ ଟଙ୍କା ଆସିବ ବା କେଉଁଠୁ? କିପରି ପୁଅମାନଙ୍କ ଚିକିତ୍ସା କରିବେ ମହେନ୍ଦ୍ର? ଅନ୍ଯପଟେ ବହ ପୁଅ ଅକ୍ଷୟଙ୍କୁ ୨୦୦୩ ମସିହାରୁ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଥିଲେ ବି ସେ ଭତା ପାଇବାରୁ ବଞ୍ଚିତ । କେବଳ ମଝିଆ ପୁଅ ମହେନ୍ଦ୍ରଙ୍କୁ ୫୦୦ ଟଙ୍କାର ଭତା ଓ ୩୫ କିଲୋ ଚାଉଳ ମିଳୁଛି । ସେଥିରେ ଏହି ୪ ପ୍ରାଣୀ ବହୁ କଷ୍ଟରେ ବଞ୍ଚିଛନ୍ତି।

ଅନ୍ୟପଟେ ଘରେ ପାଇଖାନା ଟିଏ ବି ନାହିଁ କି ନଳକୂପ ଟିଏ ନାହିଁ । ଯାହାଫଳରେ ଏମାନେ ଘୁଷୁରୀ ଘୁଷୁରୀ ଅନ୍ୟ ଲୋକଙ୍କ ନଳକୂପ କୁ ଗାଧେଇବା ପାଇଁ ଯାଉଛନ୍ତି। ସାନ ଦୁଇ ଭାଇ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ଆଜି ଯାଏ ତାହା ମିଳିନାହିଁ। ତିନି ପୁଅଙ୍କ ଏପରି ଅବସ୍ଥା ଦେଖି ମହେନ୍ଦ୍ର ଏବେ ଜରାଜୀଣ୍ଣ ଅବସ୍ଥାରେ ଆସି ପହଁଚିଲେଣି । ଆଖିକୁ ଭଲ ଦିଶୁନାହିଁ। ଯାହା ଦ୍ବାରା ସେ ବି ଅନ୍ୟ ଉପରେ ସାହାରା ଖୋଜୁଛନ୍ତି ବଂଚିବା ପାଇଁ।

poorଏହି ଗରିବ ପରିବାରର ଅବସ୍ଥା ବିଷୟରେ ଗ୍ରାମବାସୀମାନେ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନଙ୍କୁ ଜଣାଉଥିଲେ ମଧ୍ୟ କେହି ଏ ମାନଙ୍କ ସମସ୍ୟା ବୁଝିନାହନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳିନାହିଁ। ଶେଷରେ ପାଖ ଗ୍ରାମର ଜଣେ ଯୁବକ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଟୁଇଟ କରି ଏମାନଙ୍କ ସମସ୍ୟା ବୁଝିବା ସହିତ ସହାୟତା କରିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷେ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି କି, ମହେନ୍ଦ୍ରଙ୍କ ପରିବାର ସମସ୍ୟା ବିଷୟରେ ଅବଗତ ହେବାପରେ, ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଭଦ୍ରକ ବିଡ଼ିଓଙ୍କୁ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଏହି ବେସାହାରା ପରିବାକୁ ବଢାଉଛି ସହାୟତାର ହାତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.