Below header

୧୦ ହଜାର ଟଙ୍କାରେ ଭଲ ଆଉ ବଢ଼ିଆ ଫିଚର୍ସ ଫୋନ ଚାହୁଁଥିଲେ କିଣନ୍ତୁ LGର ଏହି ୩ ନୂଆ ସ୍ମାର୍ଟଫୋନ

ଏଲଜି ଭାରତରେ ନିଜର ୩ ନୂଆ ସ୍ମାର୍ଟଫୋନକୁ ଲଞ୍ଚ କରିଛି। ଏହି ତିନୋଟି ଫୋନର ଲିଷ୍ଟରେ LG W11, LG W31, ଏବଂ LG W31+ ସାମିଲ ରହିଛି। ଏହି ତିନୋଟି ଫୋନ ବଜେଟ ରେଞ୍ଜ ର ମିଡ-ରେଞ୍ଜ ଦାମ ରହିଛି। ଫୋନରେ HD+ ଡିସପ୍ଲେ, ଟ୍ରିପଲ କ୍ୟାମେରା ସେଟଅପ ଏବଂ ଦମଦାର ବ୍ୟାଟେରୀ ଭଳି ଫିଚର୍ସ ଦିଆଯାଇଛି। ଆସନ୍ତୁ ଜାଣିବା ଏହି ତିନୋଟି ଫୋନର ଫିଚର୍ସ ଏବଂ ଏହାର ଦାମ ବିଷୟରେ।

LG W11, LG W31, ଏବଂ LG W31+ ରେ 6.52-inch IPS LCD FullVision ଡିସପ୍ଲେ ଦିଆଯାଇଛି। ଏହାସହିତ ଓ୍ଵାଟରଡ୍ରପ୍‌ ନଞ୍ଚ ଦିଆଯାଇଛି।  HD+ ରିଜୋଲ୍ୟୁସନ ଥିବା ଏହି ଫୋନର ଆସପେକ୍ଟ ରେସିଓ ର ରହିଛି। ଏହି ଫୋନରେ Helio P22 ଚିପସେଟ ମିଳିଥାଏ। ଗ୍ରାହକ ଏହି ଫୋନକୁ ମିଡନାଇଟ ବ୍ଲୁ କଲରରେ କିଣିପାରିବେ। ପାଓ୍ଵାର ପାଇଁ LG W11, LG W31,  ଏବଂ LG W31+ में 4,000mAhରେ ବ୍ୟାଟେରୀ ଦିଆଯାଇଛି।

lgଦମଦାର

କ୍ୟାମେରା ବିଷୟରେ କହିବା ତ LG W31 ଏବଂ W31+ ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି। ଏଥିରେ ୧୩ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ସେଟଅପଳ ୫ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇଛି। ସେହିପରି W11 ରେ ଡୁଆଲ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଏଥିରେ ପ୍ରାଇମେରୀ କ୍ୟାମେରା ସେଟଅପ ୧୩ ଅଲଟ୍ରା ମେଗାପିକ୍ସେଲ ଏବଂ ୨ ମେଗାପିକ୍ସେଲର ଡେପ୍ଥ ସେନସର ଦିଆଯାଇଛି।

ଫ୍ରଣ୍ଟ କ୍ୟାମେରା ବିଷୟରେ କହିବା ତ ଫୋନରେ ୮ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। LG W11ରେ ୨ଜିବି ରାମ ସହିତ ୩୨ ଜିବି ଷ୍ଟୋରେଜ ରହିଛି, ଯାହାର ଦାମ ୯,୪୯୦ ଟଙ୍କା। LG W 31ରେ ୩ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ୍‌ ଦିଆଯାଇଛି, ଯାହାର ଦାମ ୧୦,୯୯୦ ଟଙ୍କା। ସେହିପରି LG W31+ ରେ ରାମ ସହିତ ୧୨୮ ଜିବି ଷ୍ଟୋରେଜ ରହିଛି, ଯାହାର ଦାମ ୧୧,୯୯୦ ଟଙ୍କା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.