Below header

ଗୋଟେ ମାସ ଭିତରେ ଦୁଇ ଭଉଣୀ ପାଲଟିଗଲେ ଦୁଇ ଭାଇ, ଜାଣନ୍ତୁ କାହିଁକି

ଦୁଇ ଭଉଣୀ ହେଲେ ଦୁଇ ଭାଇ। ଝିଅ ହୋଇ ଜନ୍ମ ନେଇଥିବା ଦୁଇ କନ୍ୟା ଏବେ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁଅ ହୋଇଛନ୍ତି। ପାକିସ୍ତାନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାରେ। ଏହି ଦୁଇ ଭଉଣୀ ଜନ୍ମ ପରେ ଝିଅ ଥିଲେ ମଧ୍ୟ ସେମାନଙ୍କ ଶରୀରରେ ଝିଅଙ୍କ ଭଳି କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ଏମିତିକି ସେମାନଙ୍କର ମାସିକ ଋତୁସ୍ରାବ ମଧ୍ୟ ହୋଇନଥିଲା।

ମାସିକ ଧର୍ମ ନ ହେବାରୁ ବାପା ମା’ ତାଙ୍କୁ ଡାକ୍ତର ଦେଖାଇଥିଲେ। ସେଠାରେ ଟେଷ୍ଟ କରିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଦୁଇ ଭଉଣୀ ‘ଏଟିପିକଲ ଜେନେଟେଲିୟା’ ରୋଗର ଶିକାର ହୋଇଛନ୍ତି। ଉଭୟଙ୍କ ଲିଙ୍ଗ ପରିବର୍ତ୍ତନ କରିବା ଆବଶ୍ୟକତା ରହିଛି। ଅପରେସନ୍‌ ପାଇଁ ଦୁଇ ଭଉଣୀଙ୍କୁ ପାକିସ୍ତାନର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ର ଚିଲଡ୍ରେନ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୨ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କ ଅସ୍ତ୍ରୋପଚାର କରିଥିଲେ।

pak2

ରିପୋର୍ଟ ମୁତାବକ ଦୁଇ ଭଉଣୀଙ୍କ ମଧ୍ୟରେ ଜଣଙ୍କ ନାଁ ବୁଶରା ଆବିଦ ଓ ଅନ୍ୟ ଜଣଙ୍କ ନାଁ ବାଫିୟା ଆବିଦ ଥିଲା। ଗ୍ରାଜୁଏସନ୍‌ କରୁଥିବା ବୁଶରା ଅପରେସନ୍‌ ପରେ ନିଜ ନାଁ ବଦଳାଇ ବଲିଦ ଆବିଦ ରଖିଥିବା ବେଳେ ନବମରେ ପଢ଼ୁଥିବା ବାଫିଆ ନିଜ ନାଁ ମୁରାଦ ଆବିଦ ରଖିଛନ୍ତି। ଅପରେସନ୍‌ ପରେ ଉଭୟେ ଖୁସି ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ‘ଏଟିପିକଲ ଜେନେଟେଲିୟା’ ଏକ ଏଭଳି ସମସ୍ୟା, ଯେଉଁଥିରେ ଜନ୍ମ ପରେ ପିଲାଙ୍କ ଲିଙ୍ଗ ସ୍ପଷ୍ଟ ହୋଇନଥାଏ। ଏଭଳି ସମସ୍ୟା ବିରଳ ହୋଇଥାଏ। ମାତ୍ର ୦.୩ ପ୍ରତିଶତ ପିଲା ହିଁ ଏହି ରୋଗର ଶିକାର ହୋଇଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.