Below header

ରହସ୍ୟଜନକ ଭାବେ ଫେରିଲେ ବୀରମିତ୍ରପୁରର ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା : ଗତ ଶନିବାର ଦିନ ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବହଲରୁ ଅପହୃତ ହୋଇଥିବା କ୍ରସର ବ୍ୟବସୟୀ ଫେରି ଆସିଛନ୍ତି । ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଗତକାଲି ରାତିରେ ରହସ୍ୟ ଜନକ ଭାବେ ତାଙ୍କ ରାଉରକେଲା ସିଭିଲ ଟାଉନସିପ୍‌ ସ୍ଥିତ ବାସଭବନକୁ ଫେରି ଆସିଛନ୍ତି । ତାଙ୍କ ଫେରି ଆସିବା କଥା ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଛନ୍ତି ।

KIDNAP-3

ତେବେ ଛଅ ଦିନ ଧରି ଗାଏବ୍‌ ଥିବା ପ୍ରଦୀପ କିଭଳି ଭାବେ ଫେରିଲେ, ସେ ନିଜେ ଫେରିଛନ୍ତି କି ପୋଲିସ ତାଙ୍କୁ ଉଦ୍ଧାର କରିଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ଏ ସମ୍ପର୍କରେ ଅଧିକ କହିବା ଠିକ୍‌ ହେବ ନାହିଁ ବୋଲି ଏସ୍‌ପି କହିଛନ୍ତି । ସୂଚନା ରହିଛି କି ଗତ ଶନିବାର ରାତିରେ ବିଜାବାହଲ ଠାରେ ଥିବା ତାଙ୍କର କ୍ରସର୍‌ ୟୁନିଟ୍‌ ପାଖରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ପ୍ରଦୀପଙ୍କୁ ଅପହରଣ କରିଥିବା ଦୁର୍ବୃତ୍ତ ତାଙ୍କୁ ଫେରାଇବା ବଦଳରେ କୋଟିଏ ଟଙ୍କା ଦାବି କରିଥିଲା ।

ପ୍ରଦୀପ ଙ୍କୁ ଉଦ୍ଧାର କରିବାକୁ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଗଠନ କରାଯାଇଥିଲା । ଏହି ଟିମ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ରେଡ୍‌ ଚଳାଇ ଥିଲେ । ତେବେ ପ୍ରଦୀପ କେଉଁ ପରିସ୍ଥିତିରେ ଉଦ୍ଧାର ହେଲେ ତାହା ଜଣା ପଡିନାହିଁ । ସେହିଭଳି ପଶ୍ଚିମବଙ୍ଗର କୈାଣସି ଏକ ସ୍ଥାନରୁ ସେ ଉଦ୍ଧାର ହୋଇଥିବା ଚର୍ଚ୍ଚା ହେଉଛି । ଅପହୃତ ପ୍ରଦୀପ କୁଣ୍ଡୁ ମାନସିକ ଅବସ୍ଥା ଭଲ ନଥିବା ଯୋଗୁଁ ନିଜ ସିଭିଲଟାଉନସିପ ବାସଭବନରେ ଥିଲେ ମଧ୍ୟ ଗଣମାଧ୍ୟମକୁ କୈାଣସି ପ୍ରତିକ୍ରିୟା ଦେଇନାହାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.