Below header

ସ୍ୱଂୟ ଆବିର୍ଭାବ ହୋଇଛନ୍ତି ମାଁ ସିଂହାସନୀ, ଜାଣନ୍ତୁ କେଉଁଠି ଅବସ୍ଥିତ ଏହି ଶକ୍ତିପୀଠ କ’ଣ ରହିଛି ଏହାର ସ୍ୱତନ୍ତ୍ରତା

ଭଞ୍ଜନଗର(କେନ୍ୟୁଜ୍‌): ଗଂଜାମ ଜିଲ୍ଲାର ଅନେକ ଶକ୍ତିପୀଠ ମଧ୍ୟରେ, ମାଁ ସିଂହାସନୀଙ୍କ ଶକ୍ତିପୀଠ ଏକ ଅନନ୍ୟ ଶକ୍ତିପୀଠ । ମାଁ ଙ୍କ ଉପରେ ଶ୍ରଦ୍ଧାଳୁଙ୍କ ପ୍ରଗାଢ ବିଶ୍ୱାସ ରହିଛି। ବର୍ଷତମାମ ଏଠାରେ ଜିଲ୍ଲା ତଥା ରାଜ୍ୟର କୋଣଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ। ତେବେ ଆସନ୍ତୁ ଜାଣିବା ଗଂଜାମ ଜିଲ୍ଲାର ଏହି ଶକ୍ତିପୀଠ ସମ୍ପର୍କରେ କିଛି ଅଜଣା କଥା।

ଗଂଜାମ ଜିଲ୍ଲାର ପୋଲସରା ସହର ଠାରୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ମାଁ ସିଂହାସନୀଙ୍କ ଶକ୍ତିପୀଠ । ବଣ-ପାହାଡ ଘେରା ପ୍ରାକୃତିକ ପରିବେଶ ରେ ରହିଛି, ମାଁ ଙ୍କ ମନ୍ଦିର । ଗଡ଼ଜାତ ସମୟରୁ ଏଠାରେ ମାଁ ସିଂହାସନୀଙ୍କ ଆବିର୍ଭାବ ହୋଇଥିବା ଲୋକମତ ରହିଛି । ସେହି ସମୟରୁ ହିଁ ମାଙ୍କ ମହିମାକୁ ଅନୁଭବ କରିଆସୁଛନ୍ତି ଶ୍ରଦ୍ଧାଳୁ । ଆଜିବି ମାଁ ଙ୍କ ଉପରେ ସେହି ବିଶ୍ବାସ ଓ ଭକ୍ତିଭାବ ଅତୁଟ ରହିଛି ।
ବିଧର୍ମୀ କଳାପାହାଡକୁ ଘଞ୍ଚଜଙ୍ଗଲ ଭିତରେ ବାଟବଣା କରିବା ଘଟଣା ହେଉ କିମ୍ବା ମାଁ ଙ୍କ ପୂଜକ ବାଘ ଓ ବଳଦକୁ ଏକାଠି କରି ଜମିରେ ହଳ କରିବା ଘଟଣା । ଏସବୁ ପଛରେ ମାଁ ସିଂହାସନୀଙ୍କ ଅଲୌିକିକ ମହିମା କୁ ନେଇ ଲୋକମତ ରହିଛି ।

singhasini1ରଜପର୍ବର ୩ ଦିନ , ଚୈତ୍ର ମାସର ପ୍ରତି ମଙ୍ଗଳବାର ଓ କାର୍ତ୍ତିକ ମାସ ତମାମ ଏଠାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳେ । ମାଁ ଙ୍କ ମନ୍ଦିରର ଉନ୍ନତି ସାଙ୍ଗକୁ, ରାଜ୍ୟ ସରକାରଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ, ଯାତ୍ରୀଙ୍କ ପାଇଁ ପାନ୍ଥନିବାସ ନିର୍ମିତ ହୋଇଛି । ଏଥିସହ ଯାତାୟତର ସୁବିଧା ପାଇଁ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ପର୍ଯ୍ୟଟନ ଋତୁ ଆସିଲେ ଏହି ସ୍ଥାନକୁ ଉପଯୁକ୍ତ ମନେ କରନ୍ତି ପର୍ଯ୍ୟଟକ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଗତ ୭ ମାସ ହେଲା ମନ୍ଦିରକୁ ଆସିପାରୁନାହାନ୍ତି ଭକ୍ତ, ଆଉ ଯେଉଁମାନେ ଆସୁଛନ୍ତି ସେମାନେ ମନ୍ଦିର ବାହାରୁ ହିଁ ନିରାଶ ହୋଇ ଫେରିଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.