Below header

ସାମ୍ନାରେ ନକଲି ବାଘକୁ ଦେଖି ଭୟରେ କୁକୁରର ହେଲା ଏମିତି ଅବସ୍ଥା, ଦେଖିଲେ ହସି ହସି ହେବେ ବେଦମ୍‌; ଦେଖନ୍ତୁ ଭିଡିଓ

ବାଘ, ସିଂହଙ୍କୁ ସାମ୍ନାରେ ଦେଖିଳେ ଯେ କେହି ବି ଡରିଯିବ। କାରଣ ଏମାନେ ହିଂସ୍ର ଜୀବ ଓ ଜୀବନ ନେଇଯାଇପାରନ୍ତି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କେବେ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ ତେବେ କ’ଣ କରିବେ। ଠିକ୍‌ ଏଭଳି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଥାଇଲାଣ୍ଡର ଜଣେ ୟୁଟ୍ୟୁବର ସେୟାର କରିଛନ୍ତି। ଭିଡିଓରେ ସେ ଏକ ବାଘର ମୁଖା ପିନ୍ଧି ଗଳିର କୁକୁରଙ୍କୁ ଡରାଉଥିବା ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ।

ଦେଖନ୍ତୁ ଭିଡିଓ:

Video Courtesy: Angel Naga

ଭିଡିଓକୁ ଏବେ ଯାଏଁ ୨୯ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଥାଇଲାଣ୍ଡର ୟୁଟ୍ୟୁବର ଏହି ପ୍ରାଙ୍କ୍‌ ଭିଡିଓକୁ ସେୟାର କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ସେ ଜୀବଜନ୍ତଙ୍କୁ ନକଲି ବାଘ ଦେଖାଇ ସେମାନଙ୍କ ରିଆକ୍ସନ୍‌ ରେକର୍ଡ କରିଥାନ୍ତି।

ଭିଡିଓରେ ସେ କୁକୁରମାନଙ୍କୁ ଡରାଇ ସାରିବା ପରେ ସେମାନଙ୍କୁ କ୍ଷମା ମାଗି ଖାଇବାକୁ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ନକଲି ବାଘର ପ୍ରାଙ୍କ୍‌ ଭିଡିଓ ୟୁଟ୍ୟୁବ୍‌ ଚ୍ୟାନେଲ‘ଏଞ୍ଜେଲ ନାଗା’ରେ ଅପଲୋଡ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.