Below header

ଆଜି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ, ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ସୁସ୍ଥ ତାଲିକାରେ ଆଉ ୭୭୨ କରୋନା ଆକ୍ରାନ୍ତ ଯୋଡି ହୋଇଥିବାର ଟ୍ବିଟ ଯୋଗେ ଦେଲା ସୂଚନା। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୧୨, କଟକର ୧୧୬, ଖୋର୍ଦ୍ଧାର ୮୧, କେନ୍ଦୁଝରର ୬୮, କୋରାପୁଟର ୪୧, ରାୟଗଡାର ୩୧, ଗଜପତିର ୨୭,ସୁନ୍ଦରଗଡର ୨୪, ଯାଜପୁରର ୨୧, କଳାହାଣ୍ଡିର ୨୦,ନବରଙ୍ଗପୁରର ୧୯, ମୟୂରଭଞ୍ଜର ୧୮, କନ୍ଧମାଳର ୧୪, ମାଲକାନଗିରିର ୧୨, ସମ୍ବଲପୁରର ୧୧, ଭଦ୍ରକ,କେନ୍ଦ୍ରାପଡା ଓ ପୁରୀର ୧୦ ଜଣ  ଲଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ବରଗଡର ୬, ବଳାଙ୍ଗିରର ୫, ବାଲେଶ୍ବରର ୪, ବୌଦ୍ଧ,ଜଗତସିଂହପୁର ଓ ଝାରସୁଗୁଡାରୁ ୩ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ଅନୁଗୁଳ,ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କୁ ମିଶାଇ ଓଡିଶାରେ କରୋନାରୁ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨୦,୫୧୭ରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.