ଚୀନ୍‌ର ଚାଲ୍‌ : କହୁଛି ହେଲେ ଘୁଞ୍ଚୁନି, ବିରୋଧରେ ଭାରତ ନେଲା କଡ଼ା ପଦକ୍ଷେପ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ବିବାଦ ଥମିବାର ନାଁ ଧରୁନି । ୪ ଥର କମାଣ୍ଡର ଜେନେରାଲ୍‌ସ୍ତରୀୟ ଆଲୋଚନା ପରେ ବି ସମସ୍ୟା ପୂର୍ଣ୍ଣ ଭାବେ ସମାଧାନ ହୋଇନି । ଚୀନ୍‌ କଥା ଓ କାମରେ ତାଳ ମେଳ ରହୁନି ବୋଲି ଭାତର ଅଭିଯୋଗ କରିଛି । ସୀମାରୁ ସେନା ପତ୍ୟାହାର କରୁଥିବା ନେଇ ଚୀନ୍‌ ମନ୍ତବ୍ୟ ଦେଉଥିଲେ ମଧ୍ୟ ବାସ୍ତବରେ ତାହା ହେଉନି ।

ଏବେ ବି ପୂର୍ବ ଲଦାଖ ଓ ପେଙ୍ଗ୍‌ଙ୍ଗ୍‌ ଅଞ୍ଚଳରେ ଚୀନ୍‌ ସେନା ରହିଥିବା ଜଣାପଡ଼ିଛି । ସେନା ହଟାଉଥିବା କଥା ଚୀନ୍‌ କହୁଥିଲେ ମଧ୍ୟ ଏବେବି ଏଲ୍‌ଏସିରେ ସେନା ମୁତୟନ ଥିବାରୁ ଉତ୍ତେଜନା ଲାଗି ରହିଛି । ଚୀନ୍‌ର ଏହି ଚାଲ୍‌କୁ ପଣ୍ଡ କରିବା ପାଇଁ ଭାରତ ଯୁଦ୍ଧକାଳୀନ ଭିତ୍ତିରେ ଏଲ୍‌ଏସିରେ ଅଧିକ ୩୫ ହଜାର ସୈନ୍ୟ ମୁତୟନ କରିବ ବୋଲି ନିଷ୍ପତ୍ତି ନେଇଛି ।

china-94

ଉତ୍ତେଜନା ହ୍ରାସ ପାଇଁ ପୁଣି ଥରେ ସେନାସ୍ତରୀୟ ଆଲୋଚନା ହେବ ବୋଲି ବୈଦେଶିକ ବିଭାଗର ଜଣେ ମୁଖପାତ୍ର ଏଠାରେ ଏକ ପ୍ରେସ୍‌ମିଟ୍‌ରେ ପ୍ରକାଶ କରିଛନ୍ତି । ଭାରତର ଏପରି ପଦକ୍ଷେପ ଯୋଗୁ ଏଲ୍‌ଏସିର ୩ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ଅଞ୍ଚଳର ସ୍ଥିତି ବଦଳି ଯିବ ।

ଯୁଆଡେ ଚାହିଁଲେ ଏବେ ଖାଲି ଭାରତୀୟ ସେନାଙ୍କୁ ଦେଖିବାକୁ ମିଳିବ । ଭାରତୀୟ ସେନା ଯେକୈାଣସି ପରିସ୍ଥିତିର ସାମ୍ନା କରିବା ସ୍ଥିତିରେ ରହିବାକୁ ପ୍ରସ୍ତୁତି ହେଉଛନ୍ତି । ଚୀନ୍‌ର ଚାଲ୍‌ବାଜିକୁ ଦୃଷ୍ଟିରେ ରଖି ଭାରତ ଏପରି ନିର୍ଣ୍ଣୟ ନେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.