ସୁଶାନ୍ତଙ୍କ ମୃତ୍ୟୁର ୪୫ ଦିନ ପରେ ବୟାନ ଦେଲେ ରିୟା ଚକ୍ରବର୍ତ୍ତୀ, କିଛି ଦିନ ହେବ ଥିଲେ ଫେରାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଘେରକୁ ଗତି କରୁଛି। ପ୍ରଥମ ଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସିଂହ ସୁଇସାଇସ୍‌ କେସକୁ ନେଇ ବୟାନ ଦେଇଛନ୍ତି। କୁହାଯାଉଥିଲା ଯେ ରିୟା କିଛି ଦିନ ହେବ ଫେରାର ଥିବା ଚର୍ଚ୍ଚା ହେଉଥିଲା।

କିନ୍ତୁ ଏବେ ରିୟା ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ କହୁଛନ୍ତି ଯେ ମୋର ବିଚାର ବିଭାଗ ଉପରେ ସମ୍ପୂର୍ଣ୍ଣ ଭରଷା ଅଛି ଏବଂ ସତର ନିଶ୍ଚୟ ବିଜୟ ହେବ। ରିୟା ଏହା ମଧ୍ୟ କହିଛନ୍ତି ଯେ ମାମଲା ଯେହେତୁ ଅଦାଲତରେ ଅଛି ସେଥିପାଇଁ ମୁଁ ଚୁପ୍‌ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋଭିତ ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ଏହି ଦୁଇ ଜଣଙ୍କ ନାମରେ ପିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଙ୍ଗ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.