ଇସ୍ପାତ ନଗରୀ ରାଉରକେଲାରେ ପ୍ରତିଷ୍ଠା ହେଲା ପ୍ଲାଜମା ବ୍ୟାଙ୍କ୍,ଗୁରୁତର କରୋନା ରୋଗୀ ହେବେ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଷ୍ଟିଲ ସିଟି ରାଉରକେଲାରେ ଉଦଘାଟନ ହେଲା ପ୍ଲାଜମା ବ୍ୟାଙ୍କ । କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ ପରେ ରାଉରକେଲା ଆଇଜିଏଚରେ ପ୍ରତିଷ୍ଠା ହେଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ଭିଡିଓ  କନଫରେନ୍ସିଂ ମାଧ୍ୟମରେ ଆଜି ଏହାକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ତୃତୀୟ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ଲାଜମା ଥେରାପୀ ଗୁରୁତର କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ନୂଆ ଆଶା ସଞ୍ଚାର କରିଛି ।

ରାଜ୍ୟରେ ପ୍ଲାଜମା ଥେରାପୀ ଯୋଗୁ ଆରୋଗ୍ୟ ଲାଭ କରିଛନ୍ତି ୮ ଜଣ ଆକ୍ରାନ୍ତ । ପ୍ଲାଜମା ଦାନକୁ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରି ପ୍ରୋତ୍ସାହିତ କରାଯିବ । ଏହି ଅବସରରେ ପ୍ଲାଜମା ଦାତାଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ଦ୍ୱାରା ପଶ୍ଚିମ ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ କରୋନା ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପୂର୍ବରୁ ଆଗକୁ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିର ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.