ଲଜ୍ଜା ! ବିବାହିତା ମହିଳାଙ୍କୁ ଅନୈତିକ ସମ୍ପର୍କ ପଡିଲା ମହଙ୍ଗା, ମିଳିଲା ଏପରି ଦଣ୍ଡ

ମହଙ୍ଗା ପଡିଲା ପରକୀୟା ପ୍ରୀତି। ସ୍ୱାମୀ ଥାଉ ଥାଉ ଗୋପନରେ ଚାଲୁଥିଲା ପର ପୁରୁଷଙ୍କ ସହିତ ଲୀଳା। ଆଉ ଏହାର ଫଳ ଯେ କେତେ ଭୟଙ୍କର ହେଲା ତାହା ଆପଣ ଏ ଭିଡିଓରେ ଦେଖିପାରିବେ। ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଝାବୁଆ ଜିଲ୍ଲାରେ ବିବାହିତ ମହିଳାଙ୍କୁ ଅନୈତିକ ସମ୍ପର୍କ ପଡିଲା ମହଙ୍ଗା। ଜଣେ ଆଦିବାସୀ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଏମିତି ଦଣ୍ଡ ଦେଇଛନ୍ତି ଯେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳାଙ୍କୁ ଏମିତି କଠିନ ଦଣ୍ଡ ମିଳିଛି ଯେ ଯେଉଁ ଦଣ୍ଡ ବିଷୟରେ ଆପଣ କେବେ ଭାବି ବି ନଥିବେ। ମହିଳା ଜଣଙ୍କୁ ଦଣ୍ଡ ମିଳିଲା ଯେ ସେ ନିଜ କାନ୍ଧରେ ସ୍ୱାମୀଙ୍କୁ ପସାଇ ପୂରା ଗାଁ ବୁଲିବେ। ତାହାପୁଣି ମାଡ ସହିତ।

women beatenତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ପୀଡିତ ମହିଳା ଜଣଙ୍କ ସ୍ୱାମୀଙ୍କୁ ନିଜ କାନ୍ଧରେ ବସାଇ ଗାଁ ବୁଲୁଛନ୍ତି। ସେଥିରେ ପୁଣି ତାଙ୍କୁ ମାଡ ବି ବସୁଛି। ଆଉ ମାଡପିଟ୍‌ ଗଣ୍ଡଗୋଳ ମଧ୍ୟ ଚାଲିଛି ସେଥିରେ।

ତେବେ ଏହି ଘଟଣା ପରେ ପୀଡିତ ମହିଳା ଜଣଙ୍କ ପୋଲିସରେ ମାମଲା ରୁଜୁ କରିଥିଲେ। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ସେହିପରି ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.