ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଏଲିୟନ ଭଳି ଦୁର୍ଲଭ ଜୀବ, ଆଶ୍ଚର୍ଯ୍ୟ ହେଲେ ଲୋକେ

ସାଧାରଣତଃ ସମୁଦ୍ର କୂଳରେ ଏମିତି ବିରଳ ଜୀବ ଦେଖାଯାଇଥାନ୍ତି ଯେ ତାଙ୍କୁ ଦେଖିଲେ ଲାଗେ ଯେମିତି ସେମାନେ ଏହି ଜଗତର ନୁହଁନ୍ତି । ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ମଧ୍ୟ ଠିକ ସେହିପରି ଏକ ଯିବ ଦେଖିବାକୁ ମିଳିଛି ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାଛର ନାମ ହେଉଛି ଓସିଆନ୍ ସନ୍ଫିସ୍ ଏବଂ ଏହା ହଲିଉଡ ଚଳଚ୍ଚିତ୍ରର ଏଲିୟନ ଭଳି ଦେଖାଯାଉଛି ।

Viral: ऑस्ट्रेलिया के समुद्र तट पर मिला 'एलियन' जैसा दुर्लभ जीव, लोग हैरान

ସୂଚନା ଅନୁଯାୟୀ ଏହି ସନଫିସକୁ କ୍ୟାଥ ରାମ୍ପଟନ୍ ଏବଂ ତାଙ୍କ ସ୍ୱାମୀ ଟମ୍ ଆବିଷ୍କାର କରିଥିଲେ । ଯେଉଁମାନେ ସେହି ସମୟରେ ଉକ୍ତ ଉପକୂଳରେ ଛୁଟି କାଟୁଥିଲେ । ଉଭୟ ପ୍ରାଣୀ ଚିକିତ୍ସକ ଅଟନ୍ତି । ସେମାନେ କହିଥିଲେ ଯେ ପୂର୍ବରୁ ଏପରି ଜୀବକୁ କେବେ ଦେଖି ନଥିଲେ। ଅଷ୍ଟ୍ରେଲିଆର ଭିକ୍ଟୋରିଆ ପ୍ରଦେଶର ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା କେନେଟ ନଦୀ ମୁହାଣରେ ସେମାନେ ଏହା ଦେଖିବାକୁ ପାଇଥିଲେ । କ୍ୟାଥ୍ ରାମ୍ପଟନ୍ କହିଛନ୍ତି ଯେ ଏହି ମାଛର ଲମ୍ବ ପ୍ରାୟ 2 ମିଟର ଏବଂ ସମାନ ଉଚ୍ଚ ଥିଲା କିନ୍ତୁ ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ନିଜ ପ୍ରଜାତିର ଏକ ଛୋଟ ମାଛ ଅଟେ । ଏହି ପ୍ରଜାତିର ବଡ଼ ମାଛ ତାର ଦୁଇଗୁଣ ଆକାରର ହୋଇଥାଏ ।


କ୍ୟାଥ୍ ରାମ୍ପଟନ୍ ପରେ ଏହି ମାଛକୁ ପର୍ଯ୍ୟଟକ ଟିମ୍ ରୋଥମ୍ୟାନ୍ ଏବଂ ଜେମ୍ସ ବାରହାମ୍ ଦେଖିଥିଲେ । ଉଭୟେ ଏହା ମଧ୍ୟ କହିଛନ୍ତି ଯେ ଏହି ମାଛ ସଂପୂର୍ଣ୍ଣ ଏଲିୟନ ଭଳି ଦେଖାଯାଉଛି। ସେ କହିଛନ୍ତି ଯେ ପୂର୍ବରୁ ଏପରି ଜୀବକୁ କେହି ଦେଖି ନଥିଲେ। ଗତ ବର୍ଷ ଦକ୍ଷିଣ ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମଧ୍ୟ ସନଫିସ ଧରିଥିଲେ । ସୂଚନା ଅନୁଯାୟୀ ଏକ ସୁସ୍ଥ ଏବଂ ବୟସ୍କ ସନଫିସ 3 ମିଟର ଲମ୍ବ, 4.2 ମିଟର ଉଚ୍ଚ ଏବଂ ଓଜନ ପ୍ରାୟ 2.5 ଟନ୍ ହୋଇପାରେ । ସେମାନେ ବିପଜ୍ଜନକ ଆକ୍ରମଣକାରୀ ହୋଇଥାନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖାଯାନ୍ତି । ତେଣୁ ସେମାନଙ୍କୁ କେତେକ ଆକ୍ୱାରିୟମରେ ମଧ୍ୟ ରଖାଯାଇଛି ।

ମତ୍ସ୍ୟ ବିଶେଷଜ୍ଞ ରାଲ୍ଫ ଫୋଷ୍ଟର କହିଛନ୍ତି ଯେ ଏହି ମାଛ ସେତେବେଳେ କୂଳକୁ ଆସିଥଲା ଯେତେବେଳେ ଏହା ଏକ ବଡ ଡଙ୍ଗା ଦ୍ୱାରା ଧକ୍କା ହୋଇଥଲା । ଅନେକ ଥର ଏହା ପ୍ଲାଷ୍ଟିକ୍ ବ୍ୟାଗଗୁଡିକ ଜେଲି ମାଛ ଭାବି ଖାଇଦେଇଥାଏ ଯାହା ସେମାନଙ୍କର ମୃତ୍ୟୁର କାରଣ ସାଜିଥାଏ । ରାଲ୍ଫ ଫୋଷ୍ଟର ଆହୁରି କହିଛନ୍ତି ଯେ ଏହି ସନଫିସ ପ୍ରାୟତ ଦକ୍ଷିଣ ଅଷ୍ଟ୍ରେଲିଆର ସମୁଦ୍ର କୂଳରେ ଦେଖାଯାଇଥାଏ । ଏହି ମାଛକୁ ଜାପାନ, କୋରିଆ, ତାଇୱାନ ଭଳି ଦେଶରେ ମଧ୍ୟ ଖିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.