Below header

ଶନି ଓ ରବିବାର ସଟ୍‌ଡାଉନ୍ କେବଳ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ପୌରାଞ୍ଚଳରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅନ୍‌ଲକ୍‌-୩ରେ ସମସ୍ତ ଜିଲ୍ଲାରେ କଟକଣା କୋହଳ ହୋଇଥିବା ବେଳେ ଚାରିଟି ଜିଲ୍ଲା ଓ ଗୋଟିଏ ପୌରାଞ୍ଚଳ ପାଇଁ ନିସ୍ତାର ନାହିଁ । ଏହି ସବୁ ଜାଗାରେ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହାନ୍ତ ସଟ୍‌ଡାଉନ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରତି ଶନିବାର ଓ ରବିବାର ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ପୌରାଞ୍ଚଳରେ ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ ହେବ।

ତେବେ ଲୋକଙ୍କୁ କିଣାକିଣି କରିବାର ଅବସର ନଥିବାରୁ କେବଳ ଅଗଷ୍ଟ ୧ ଓ ୨ ତାରିଖ ବା ଆସନ୍ତାକାଲି ଓ ପଅରି ଦିନ କଟକଣା ଟିକେ କୋହଳ କରାଯାଇଛି । ଏହି ଦୁଇ ଦିନ ପୂର୍ବ ପରି ସକାଳ ୫ଟାରୁ ଦିନ ଗୋଟାଏ ଯାଏ ସବୁ କିଛି ଖୋଲା ରହିବ । ଏହା ପରେ ଦିନ ଗୋଟାଏରୁ ସଟ୍‌ଡାଉନ୍ ଲାଗୁ ହେବ ।

ତେବେ ପରବର୍ତ୍ତୀ ଶନି ଓ ରବିବାର ଯଥା ୮ ଓ ୯, ୧୫ ଓ ୧୬, ୨୨ ଓ ୨୩ ଏବଂ ୨୯ ଓ ୩୦ ତାରିଖରେ ଏହି ସବୁ ସ୍ଥାନଗୁଡ଼ିକରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ । ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କେବଳ ରାତି ୯ରୁ ସକାଳ ୫ଟା ଯାଏ ରାତ୍ରୀ କର୍ଫ୍ୟୁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.