କାଲି ପବିତ୍ର ଇଦ୍‌-ଉଲ୍‌-ଜୁହା, ମସଜିଦ୍ ଅଞ୍ଚଳରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ, ସମୂହ ପ୍ରାର୍ଥନା ନିଷେଧ

ଯାଜପୁର ଟାଉନ(କେନ୍ୟୁଜ୍):କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ।  ଅପର ପକ୍ଷରେ ଯାଜପୁର ଜିଲ୍ଲାରେ ଲକ୍‌ଡାଉନ ଘୋଷଣା ପରଠାରୁ ସମସ୍ତ ଧାର୍ମିକ ସ୍ଥଳ ଗୁଡିକୁ କୋଭିଡ-୧୯ ପରିପ୍ରେକ୍ଷୀରେ ବନ୍ଦ ରଖାଯିବା ସହ ସେଠାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବେଶକୁ ବାରଣ କରାଯାଇଛି ।

ଆସନ୍ତା କାଲି ଅଗଷ୍ଟ ୧ ତାରିଖରେ ଇଦ୍‌-ଉଲ୍‌-ଜୁହା ପର୍ବ ପଡୁଥିବାରୁ ଜିଲ୍ଲାର  ସମସ୍ତ ମସଜିଦ୍ ମାନଙ୍କରେ ସାମୁହିକ ପ୍ରାର୍ଥନା ଧାର୍ମିକ ସମାବେଶ ଓ ଜନ ସମାଗମକୁ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟକୁ ବାରଣ କରାଯାଇଛି ।  ତେଣୁ ଜିଲ୍ଲାରେ  ଥିବା ସମସ୍ତ ମସ୍‌ଜିଦ୍ ଓ ଆଖାପାଖ ସ୍ଥାନ ମାନଙ୍କରେ ତା ୧-୦୮-୨୦୨୦ ରିଖରେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ନାରାୟଣ ଚନ୍ଦ୍ର ଧଳ ୧୪୪ ଧାରା ଜାରି କରିଛନ୍ତି।

ଲୋକ ମାନଙ୍କ ଜୀବନର ସୁରକ୍ଷା ଓ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହା ଲାଗୁ କରାଯିବା ସହ ୧୪୪ ଧାରା ଜାରି ଅଞ୍ଚଳ ମାନଙ୍କରେ ଜନ ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି ।  ଏହାର ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି  ।  ଜିଲ୍ଲାରେ  ସମସ୍ତ ଥାନା ଅଧିକାରୀମାନେ ଏହାକୁ ତଦାରଖ ଓ କଡାକଡି ପାଳନ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ  ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.