ଦକ୍ଷିଣ ଚୀନ୍‌ ସାଗରରେ ଆମେରିକା-ଚୀନ୍‌ର ବଳ କସାକସି, ଯୁଦ୍ଧ ସ୍ଥିତିରେ ଉଭୟ ରାଷ୍ଟ୍ର

ଓ୍ଵାଶିଂଟନ୍‌ : ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ଓ ଆମେରିକା ମଧ୍ୟରେ ବଳ କସାକସି ଚାଲିଛି । ଚୀନ୍‌ ସେଠାରେ ଯୁଦ୍ଧାଭ୍ୟାସ୍‌ ଆରମ୍ଭ କରି ଆମେରିକାକୁ ନିଜର କ୍ଷମତା ଦେଖାଉଥିବା ବେଳେ ଆମେରିକା ମଧ୍ୟ ତା’ର ଯୁଦ୍ଧାଭ୍ୟାସ ଜାରି ରଖିଛି । ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‌ ପୋମ୍ପିଓ କହିଛନ୍ତି ଯେ ଦକ୍ଷିଣ ଚୀନ୍‌ ସାଗର ବିବାଦିତ କ୍ଷେତ୍ର ‘ଚୀନ୍‌ର ସମୁଦ୍ରୀ ସାମ୍ରାଜ୍ୟ’ ନୁହେଁ ।

us mock war.jpg-1

ଯଦି ବେଜିଂ ଅନ୍ତରାଷ୍ଟ୍ରୀୟ ଆଇନର ଉଲଂଘନ କରେ ଓ ସ୍ୱତନ୍ତ୍ର ରାଷ୍ଟ୍ରମାନେ କିଛି କରନ୍ତି ନାହିଁ । ତେବେ ଚୀନ୍‌ ଅତି ସହଜରେ ଅଧିକ କ୍ଷେତ୍ର ନେଇଯିବ । ଇତିହାସ ଏହାର ମୂକ ସାଖି ବୋଲି ପୋମ୍ପିଓ କହିଛନ୍ତି । ଚୀନ୍‌ ସାଗର ବିବାଦକୁ ଅନ୍ତରାଷ୍ଟ୍ରୀୟ ଆଇନ୍‌ ଅନୁଯାୟୀ ସମାଧାନ କରାଯିବା କଥା । ଦକ୍ଷିଣ ଚୀନ୍‌ ସାଗରକୁ ୩ ଦ୍ୱୀପ ସମୂହରେ ବଣ୍ଟା ଯାଇଛି । ହେଲେ ଚୀନ୍‌ ପୂରା ଦକ୍ଷିଣ ଚୀନ୍‌ ସାଗରକୁ ନିଜର ବୋଲି ଦାବି କରି ଆଧିପତ୍ୟ ବିସ୍ତାର କରିଚାଲିଛି । ତେଣୁ ଚୀନ୍‌ର ବଦମାସୀକୁ ଆମେରିକା କେବେ ବି ସହିବ ନାହିଁ ବୋଲି ପୋମ୍ପିଓ ସ୍ପଷ୍ଟ କହିଛନ୍ତି ।

ଚୀନ୍‌ର ମିସାଇଲ୍‌ ଧମକ ପରେ ଆମେରିକା ନେଭି ମଧ୍ୟ ତା’ର ପୋଜିସନ୍‌ ନେଇଯାଇଛି । ଆମେରିକାକୁ ତାକତ୍‌ ଦେଖାଇବା ପାଇଁ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ତା’ର ଯୁଦ୍ଧାଭ୍ୟାସ୍‌ ଜାରି ରଖିଛି । ଚୀନ୍‌ର ଏହି ସ୍ଥିତିକୁ ଦେଖି ଆମେରିକା ମଧ୍ୟ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତି କରିଥିବା ଦେଖାଯାଇଛି । ଆମେରିକାର ଏହି ଯୁଦ୍ଧ ଜାହଜରେ ରୋନାଲ୍ଡ ରେଗନ୍‌ ପରମାଣୁ ବୋମା ସହ ବହୁ ଫାଇଟର ପ୍ଲେନ୍‌ ମଧ୍ୟ ସଜ୍ଜିତ ହୋଇ ରହିଛି ।

us mock war.jpg-1.JPG-2

ଯୁଦ୍ଧ ଆରମ୍ଭ ହେଲେ କୈାଣସି ବି ପରିସ୍ଥିତିରେ ଚୀନ୍‌କୁ ଧୂଳି ଚଟାଇବା ପାଇଁ ଆମେରିକା ପୂର୍ଣ୍ଣ ପ୍ରସ୍ତୁତିରେ ରହିଛି । ଚୀନ୍‌ ଲଦାଖରେ ଭାରତର ଆଭିମୁଖ୍ୟ ଓ ରାଫେଲ୍‌ ବିମାନ ଦେଖି ଭୟଭୀତ ଥିବା ବେଳେ ଆମେରିକାର ଯୁଦ୍ଧ ଜହାଜ ଦେଖି ହୋସ୍‌ ଉଡ଼ିଯାଇଛି । ଚୀନ୍‌ର ଦକ୍ଷିଣ ଚୀନ୍‌ ସାଗରରେ ଏକ ଚାଟିଆ ଅଧିକାର ରହିଛି ବୋଲି ଚୀନ୍‌ର ଏକ ସରକାରୀ ସମାଚାରପତ୍ରରେ ବାହାରିବା ପରେ ଆମେରିକା ଏହାକୁ ନେଇ ବିରୋଧାତ୍ମକ ଟ୍ଵିଟ୍‌ କରିଥିଲା ।

ଖାଲି ସେତିକି ନୁହେଁ ଚୀନ୍‌ର ଗର୍ବକୁ ଭାଙ୍ଗିବା ପାଇଁ ଦକ୍ଷିଣ ଚୀନ୍‌ ସମୁଦ୍ର ଉପରେ ଆମେରିକାର ଫାଇଟର ପ୍ଲେନ୍‌ ଚକ୍କର ମାରି ନିଜର ଆଧିପତ୍ୟ କଥା ମଧ୍ୟ ଜାହିର କରିଥିଲା । ନିକଟରେ ଆମେରିକାରେ ଚୀନ୍‌ର ବାଣିଜ୍ୟିକ ଦୂତାବାସକୁ ଟ୍ରମ୍ପ ବନ୍ଦ କରିବା ପରେ ଦୁଇ ଦେଶ ମଧ୍ୟରେ କରୋନାରୁ ଆରମ୍ଭ ହୋଇଥିବା ତିକ୍ତତା ଅଧିକ ବଢ଼ିଛି । କୈାଣସି ବି ମୁହୁର୍ତ୍ତରେ ଯୁଦ୍ଧ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.