ରାଜଧାନୀରେ ମାତିଛନ୍ତି ଗାଡି ଲୁଟେରା: ୧୦ ଦିନରେ ଚୋରି ହେଲାଣି ୮ଟି ଚାରି ଚକିଆ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବୋଲେରୋ ଲୁଟେରା । ୧୦ ଦିନରେ ଚୋରି ହେଲାଣି ୮ ବୋଲେରୋ । ରାଜଧାନୀରେ ପୁଣି ଦୁଇଟି ବୋଲେରୋ ଗାଡ଼ି ଚୋରି ହୋଇଛି । ସାମନାକୁ ଆସିଛି ଚୋରି ସମୟର ସିସିଟିଭି ଫୁଟେଜ୍‌ ।

ଖଣ୍ଡଗିରି ଅଞ୍ଚଳରୁ ରାତି ଅଧିଆ ବୋଲେରୋ ଗାଡ଼ି ଚୋରି ହୋଇଛି । ଏନେଇ ଖଣ୍ଡିଗରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ । ପୂର୍ବରୁ ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ରାତି ୨ଟାରୁ ୩ଟା ମଧ୍ୟରେ ଦୁଇଟି ବୋଲେରୋ ଗାଡ଼ି ଚୋରି ହୋଇଥିଲା । ଯାଯା ସିସିଟିଭି କ୍ୟାମେରାରେ ଲୁଟ୍‌ ବେଳର ଭିଜୁଆଲ କଏଦ ହୋଇଥିଲା । ରାଜଧାନୀରେ ସିରିଜ୍‌ ବୋଲେରୋ ଲୁଟ୍‌ ନେଇ ଚିନ୍ତାରେ ଗାଡି ମାଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.