ଭାରତ ସରକାରଙ୍କ ନବରତ୍ନ କମ୍ପାନୀ PFC ରେ ବମ୍ପର ନିଯୁକ୍ତି, ୨୩ ଏପ୍ରିଲ ଯାଏଁ କରନ୍ତୁ ଆବେଦନ

ସରକାରୀ କମ୍ପାନୀରେ ଚାକିରି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ପାୱର ଫାଇନାନ୍ସ କର୍ପୋରେସନ ଲିମିଟେଡ୍(PFC)ରେ ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ଅଫିସର, ଆସିଷ୍ଟାଣ୍ଟ ମ୍ଯାନେଜର, ଡେପୁଟି ମ୍ଯାନେଜର ଏବଂ ମ୍ଯାନେଜର ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି ହୋଇଛି।

କମ୍ପାନୀ ଦ୍ବାରା ଜାରି ହୋଇଥିବା ବିଜ୍ଞାପନ ଅନୁସାରେ ଆବେଦନ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ କରିବାକୁ ଇଚ୍ଛା ରଖୁଥିବା ପ୍ରାର୍ଥୀ PFCL ର ଅଫିସିଆଲ ୱେବସାଇଟ୍, pfcindia.comକୁ ଯାଇ ଅନଲାଇନ ଆପ୍ଲିକେସନ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ୨୩ ଏପ୍ରିଲ ୨୦୨୧ ସୁଦ୍ଧା ନିଜର ଆପ୍ଲିକେସନ ଅନଲାଇନ ଦାଖଲ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.pfcindia.com/Careers

http://www.pfcapps.com/pfcrecruitment/career.aspx

http://www.pfcapps.com/pfcrecruitment/Advertisment/advertisement4103-Apr-2021.pdf

କିଏ କରିପାରିବେ ଆବେଦନ:

ଆସିଷ୍ଟାଣ୍ଟ ଅଫିସର: ସର୍ବନିମ୍ନ ୫୫ ପ୍ରତିଶତ ମାର୍କ ସହିତ M.sc କିମ୍ବା ୨ ବର୍ଷୀୟା ପିଜି ଡିପ୍ଲୋମା କରିବା ଜରୁରୀ। ପ୍ରାର୍ଥୀଙ୍କ ବୟସ ୩୪ ବର୍ଷ ହୋଇଥିବା ଜରୁରୀ।

ଆସିଷ୍ଟାଣ୍ଟ ମ୍ଯାନେଜର: ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ BE/B.tech କିମ୍ବା ୩ ବର୍ଷୀୟ ନିଜି ଡିପ୍ଲୋମା କରିଥିବା ଆବଶ୍ଯକ। ପ୍ରାର୍ଥୀଙ୍କ ଅଧିକତମ ବୟସ ୩ ବର୍ଷ ହୋଇଥିବା ଜରୁରୀ।

ଡେପୁଟି ମ୍ଯାନେଜର: ଏମବିଏ/ଏଇ/ଏମ ଟେକ କରିବା ଜରୁରୀ। ଅଧିକତମ ବୟସ ୩୪ ବର୍ଷ ହୋଇଥିବା ଆବଶ୍ଯକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.