Below header

ନାଗପୁର କୋଭିଡ ହସପିଟାଲରେ ନିଆଁ: ୪ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରରେ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁହେବା ସହ କିଛି ଲୋକ ଆହତ ହୋଇଛନ୍ତି । ରାତି ପ୍ରାୟ ୮ଟା ୧୦ରେ ୱାଡି ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲର ନିଆଁ ଲାଗିଯାଇଥିଲା । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ସୂଚନା ମୁତାବକ, ହସପିଟାଲର ଦ୍ୱିତୀୟ ମହଲାରେ ଥିବା ଆଇସିୟୁର ଏସି ୟୁନିଟରେ ନିଆଁ ଲାଗିଥିଲା । ଘଟଣା ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ । ଏଥିସହ ସେଠାରେ ଥିବା ଅନ୍ଯ ୨୭ ଜଣ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିଥିଲା ବେଳେ ସେଥିରୁ ୧୫ଟି ଆଇସିୟୁ ବେଡ୍ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.