ଆଠଗଡ: ଡିଏସପି କାର୍ଯ୍ଯାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

ଆଠଗଡ(କେନ୍ଯୁଜ୍): ଆଠଗଡ ଚାନ୍ଦବାଲି ଛକ ଠାରେ ଥିବା ଡିଏସପି କାର୍ଯ୍ଯାଳୟ ପରିସରରେ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସଂଧ୍ଯାରେ କାର୍ଯ୍ଯାଳୟ ପରିସରରେ ଥିବା ଏକ ବରକୋଳି ଗଛରେ ସାପଟି ଗୁଡାଇ ହୋଇ ରହିଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ଅନ୍ଯପଟେ କରୋନା କଟକଣାକୁ ନମାନି ସାପଟିକୁ ଦେଖିବାକୁ ସେଠାରେ ପ୍ରବଳ ଭିଡ ଜମିଥିଲା। ଏନେଇ ପୋଲିସ ସେଠାରେ ପହଞ୍ଚି ଭିଡ ହଟାଇବା ପାଇଁ ଲୋକମାନଙ୍କୁ ଘଉଡାଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଆଠଗଡ ରେଞ୍ଜର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.