Below header

ବେଙ୍ଗାଲୁରୁରୁ ଉଦ୍ଧାର ହୋଇ ବଲାଙ୍ଗିର ଫେରିଲେ ୮ ନିର୍ଯାତିତ ଯୁବତୀ, ଦୀର୍ଘ ୧୪ ଘଣ୍ଟା ଦିନକୁ କାମ କରୁଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଭିଡିଓ

ବଲାଙ୍ଗିର: ବେଙ୍ଗାଲୁରୁରୁ ଉଦ୍ଧାର ହେଲେ ୮ ନିର୍ଯାତିତ ଯୁବତୀ । ସମସ୍ତ ଉଦ୍ଧାର ଯୁବତୀ ବଲାଙ୍ଗିର ଜିଲ୍ଲାକୁ ଫେରିଛନ୍ତି । ଯୁବତୀମାନେ ଡିଡିୟୁ ଜିକେୱାଇରେ ୬ ମାସ ତାଲିମ ନେବା ପରେ କର୍ମ ନିଯୁକ୍ତି ପାଇଁ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଏକ ସପିଂ ମଲ୍‌ରେ କାମ କରିଥିଲେ । ଦୀର୍ଘ ୧୪ ଘଣ୍ଟା ଦିନକୁ କାମ କରାଉଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଓଡ଼ିଶା ସରକାର ଓ କର୍ଣ୍ଣାଟକ ସରକାରଙ୍କ ମିଳିତ ଉଦ୍ୟମରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.