Below header

ଜାଣନ୍ତୁ ବିଶ୍ୱରେ କେଉଁ ମନ୍ଦିରରୁ ଆରମ୍ଭ ହୋଇଥିଲା ହୋଲି ପର୍ବ ପାଳନ କରିବାର ପରମ୍ପରା

ଫାଲଗୁନ ଶୁକ୍ଳପକ୍ଷ ପୂର୍ଣ୍ଣିମାର ପ୍ରଦୋଷ କାଳରେ ହୋଲିକା ଦହନ ପାଳନ କରାଯାଇଥାଏ। ଚଳିତ ବର୍ଷ ହୋଲିକା ଦହନ ୯ମାର୍ଚ୍ଚ ରେ ପାଳିତ ହେବ। ଆମେ ଆଜି ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବୁ, ଯାହା ବିଷୟରେ ମାନ୍ଯତା ରହିଛି ଏହି ଠାରୁ ହିଁ ହୋଲି ପର୍ବ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା।

ଏହି ମନ୍ଦିର ପାକିସ୍ତାନ ସ୍ଥିତ ପଞ୍ଜାବ ପ୍ରାନ୍ତର ମୁଲତାନ ସହରରେ ଭଗବାନ ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ ମନ୍ଦିର। ଏହିରର ନାଁ ରହିଛି ପ୍ରହ୍ଲାଦପୁରୀ ମନ୍ଦିର। ହୋଲି ସମୟରେ ଏଠାରେ ବିଶେଷ ପୂଜା-ଅର୍ଚ୍ଚନାର ଆୟୋଜନ କରାଯାଇଥାଏ। ଏଠାରେ ହୋଲିକା ଦହନର ଉତ୍ସବ ୨ଦିନ ପର୍ଯ୍ଯନ୍ତ ପାଳନ କରାଯାଇଥାଏ।

godମାନ୍ଯତା ରହିଛି ପାକିସ୍ତାନରେ ଅବସ୍ଥିତ ଏହି ପଞ୍ଜାବ ପ୍ରାନ୍ତରେ ହୋଲି ପର୍ବ ହୋଲିକା ଦହନ ଠାରୁ ୯ଦିନ ପର୍ଯ୍ଯନ୍ତ ପାଳନ କରାଯାଇଥାଏ। ହୋଲି ଦିନ ପଶ୍ଚିମ ପଞ୍ଜାବ ଏବଂ ପୂର୍ବ ପଞ୍ଜାବରେ ମାଠିଆ ଭଙ୍ଗାଯିବା ଉତ୍ସବ ମଧ୍ଯ ପାଳନ କରାଯାଇଥାଏ। ଏଠାରେ ମଧ୍ଯ ଲୋକମାନେ ପିରାମିଡ୍ ତିଆରି କରି ମାଠିଆ ଭାଙ୍ଗିଥାନ୍ତି। ଏଠାରେ ହୋଲି ପର୍ବ ଚୌକ-ପୂର୍ଣ୍ଣା ନାମରେ ଜଣାଶୁଣା। ମନ୍ଦିର ବିଷୟରେ କହିବାକୁ ଗଲେ ଏଠାରେ ନରସିଂହ ଭଗବାନ ଏକ ସ୍ତମ୍ଭରୁ ବାହାରି ଭକ୍ତ ପ୍ରହ୍ଲାଦଙ୍କ ପିତା ହିରଣ୍ଯକଶ୍ଯପଙ୍କୁ ମାରିଥିଲେ। ଏହାପରେ ସ୍ବୟଂ ପ୍ରହ୍ଲାଦ ନିଜେ ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ମାନ୍ଯତା ରହିଛି ହୋଲିକା ଦହନ ଏବଂ ହୋଲି ପର୍ବ ଏହି ସ୍ଥାନରୁ ହିଁ ଆରମ୍ଭ ହୋଇଛି।

radha-krishnaକଣ ରହିଛି ପୌରାଣିକ ମାନ୍ଯତା:

ପୌରାଣିକ ମାନ୍ଯତା ଅନୁଯାୟୀ ହୋଲିକା ପ୍ରହ୍ଳାଦଙ୍କ ପିୟୁସୀ ଥିଲେ। ପ୍ରହ୍ଲାଦଙ୍କ ପିତା ଦୈତ୍ଯରାଜ ହିରଣ୍ଯକଶ୍ଯପ ଭଗବାନ ବିଷ୍ଣୁଙ୍କୁ ଘୃଣା କରୁଥିଲେ। କାରଣ ଭଗବାନ ବିଷ୍ଣୁ ବରାହ ଅବତାରରେ ତାଙ୍କ ବଡ ଭାଇ ହିରଣ୍ଯକଶ୍ଯପଙ୍କୁ ବଧ କରିଥିଲେ। ହିରଣ୍ଯକଶ୍ଯପ ନିଜ ପୁତ୍ର ପ୍ରହ୍ଲାଦଙ୍କୁ ମାରିବା ପାଇଁ ଅନେକ ପ୍ରୟାସ କରିଥିଲେ। କିନ୍ତୁ ପ୍ରହ୍ଲାଦଙ୍କୁ ମାରିବା ପାଇଁ ସେ ନିଜ ଭଉଣୀ ହୋଲିକାଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ହୋଳିକାଙ୍କୁ ବରଦାନ ମିଳିଥିଲା ସେ କେବେ ବି ନିଆଁରେ ଜଳିପାରିବେ ନାହିଁ। କିନ୍ତୁ ଯେତେବେଳେ ହୋଲିକା ପ୍ରହ୍ଲାଦଙ୍କୁ ନେଇ ନିଆଁରେ ବସିଥିଲେ ସେହି ସମୟରେ ସେ ଜଳି ଯାଇଥିଲେ କିନ୍ତୁ ପ୍ରହ୍ଲାଦଙ୍କୁ ଭଗବାନ ବିଷ୍ଣୁ ରକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.