କନେଷ୍ଟବଳ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେନ୍ଦୁଝର ଏସ୍‌ପି

କେନ୍ଦୁଝର: କନେଷ୍ଟବଳ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ । କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କେନ୍ଦୁଝର ଏସ୍‌ପି । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାର କନେଷ୍ଟବଳ ଗୋପାଳ ପ୍ରସାଦ ନାୟକ ଜଣେ ଗୋରୁ ଗାଡ଼ି ପାର କରାଉଥିବା ଦଲାଲଙ୍କଠାରୁ ଲାଞ୍ଚ ନେଉଥିଲେ । ସେହି ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହୋଇଥିଲା । ଏ ଘଟଣା କେନ୍ଦୁଝର ଏସ୍‌ପିଙ୍କ ନଜର ପଡିବା ପରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.