ପୋଖରୀ ଭିତରକୁ ଓଲଟି ପଡ଼ିଲା ବସ୍‌

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଏସ୍‌. ଟିକରପଡ଼ା ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୮ ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ଏସ୍‌. ଟିକରପଡ଼ା ଯାଉଥିବା ଏହି ବସ୍‌ଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଡାକି ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ।

 

Leave A Reply

Your email address will not be published.