Below header

ଦଲାଲ କବଳରେ ୮ ଓଡ଼ିଆ ଯୁବକ

କେରଳ : କେରଳର ଇରୁଡ ଅଞ୍ଚଳରେ ଫସିଛନ୍ତି ୮ଜଣ ଓଡ଼ିଆ ଯୁବକ । ସୁନ୍ଦରଗଡ଼ ବିଶ୍ରା ବ୍ଲକର ୧୧ଜଣ ଯୁବକ କାମ କରିବା ପାଇଁ କେରଳ ଯାଇଥିଲେ । ଟଙ୍କା ଲୋଭ ଦେଖାଇ ଝାଡ଼ଖଣ୍ଡ ଅଞ୍ଚଳର ଅଶୋକ ନାମକ ଜଣେ ଦଲାଲ ତାଙ୍କୁ ଫୋନ ମାଧ୍ୟମରେ ଡାକିଥିଲେ । ମାସକୁ ଖାଇବା ପିଇବା ସହ ୧୦ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଷ୍ଟେସନରେ ପହଂଚିବା ପରେ ତାଙ୍କୁ ଅଲଗା ଅଲଗା କରି ଭିନ୍ନ ଭିନ୍ନ ଜାଗାକୁ ପଠାଯାଇଥିଲା। ସେଠାରେ ତାଙ୍କୁ ଦିଆଗଲା ନିର‌୍ୟାତନା । କୌଶଳ କ୍ରମେ ଖସିଆସିଲେ ୩ ଯୁବକ ।

କେରଳରେ ତାଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଫେରାଇ ଆଣିବାକୁ ରାଉରକେଲା ଉପଶ୍ରମ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର। ସେମାନଙ୍କ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ ଶ୍ରମ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.