Below header

୬ଟି ସଂପ୍ରଦାୟକୁ ସ୍ଥାୟୀ ନାଗରିକ ପ୍ରମାଣପତ୍ର ଦେବା ପ୍ରସ୍ତାବ ପ୍ରତିବାଦରେ ଅରୁଣାଚଳ ପ୍ରଦେଶରେ ବ୍ୟାପକ ହିଂସା

ଅରୁଣାଚଳ ପ୍ରଦେଶ : ୬ଟି ସଂପ୍ରଦାୟକୁ ସ୍ଥାୟୀ ନାଗରିକ ପ୍ରମାଣପତ୍ର ଦେବା ନେଇ ପ୍ରସ୍ତାବ ପ୍ରତିବାଦରେ ଅରୁଣାଚଳ ପ୍ରଦେଶରେ ବ୍ୟାପକ ହିଂସା। ପ୍ରସ୍ତାବ ବିରୋଧରେ ଏକ ବିକ୍ଷୋଭ ରାଲି ବାହାରିଥିବା ବେଳେ ଏହା ଉଗ୍ରରୂପ ଧାରଣ କରିିଥିଲା। ଗତ ଦୁଇଦିନ ଧରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା। ଶୁକ୍ରବାର ଦିନ ପୋଲିସ ଗୁଳିରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଆଜି ପ୍ରାଣ ହରାଇବା ପରେ ଆନ୍ଦୋଳନକାରୀ ମାନେ ଉଗ୍ର ହୋଇ ପଡ଼ିଥିଲେ। ବିକ୍ଷୋଭକାରୀମାନେ ଇଟାନଗରରେ ଉପମୁଖ୍ୟମନ୍ତ୍ରୀ ଚାଉନା ମେନଙ୍କ ବ୍ୟକ୍ତିଗତ ବାସଭବନ ଓ ଡେପୁଟି କମିସନରଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇଦେବା ସହ ରାସ୍ତାରେ ଅନେକ ଗାଡ଼ି ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀଙ୍କ ହିଂସାରେ ଅନେକ ବାସଗୃହ, ଦୋକାନବଜାର ଓ ଗାଡ଼ି ନଷ୍ଟ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ପରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହେବା ପରେ ୩୫ଜଣ ସାଧାରଣ ନାଗରିକଙ୍କ ସହ ୨୪ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ରାଜଧାନୀ ଇଟାନଗର ଓ ଅନ୍ୟ କେତେକ ପ୍ରମୁଖ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ଇଟାନଗର ଓ ନହରଲାଗୁନରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ସହରରେ ସେନାର ଯବାନମାନେ ମୁତୟନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.