ଶସ୍ତା ହେବ ନୂଆ ଘର, ନିର୍ମାଣଧୀନ ଘର ଉପରେ ୧୨ରୁ ୫% ହେଲା GST

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ଆଉ ଏକ ଆଶ୍ୱସ୍ତି । ଶସ୍ତା ହେବ ନୂଆ ଘର କିଣିବା । ନିର୍ମାଣଧିନ ଗୃହ ଉପରେ ଥିବା ଜିଏସ୍‌ଟିକୁ ହ୍ରାସ କରାଯାଇଛି। ସବୁ ହାଉସିଂ ପ୍ରୋଜେକ୍ଟ,ଯାହା ସୁଲଭ ବାସଗୃହ କ୍ୟାଟାଗୋରୀରେ ଯାଉ ନାହିଁ ତା ଉପରେ ଟିକସ ହାର ୧୨% ରୁ ୫ %କୁ ହ୍ରାସ କରାଯାଇଛି। ସୁଲଭ ବାସଗୃହ କ୍ୟାଟାଗୋରୀରେ ଟିକସ ହାର ୮ % ରୁ ୧ % କରାଯାଇଛି। ଏହାସହ ସୁଲଭ ବାସଗୃହର ସଜ୍ଞାରେ ପରିବର୍ତ୍ତନ କରାଯାଇଛି। ମେଟ୍ରୋ ସହର ପାଇଁ ଫ୍ଲୋର ଏରିଆ ୬୦ ସ୍କ୍ଵାର ମିଟର କିମ୍ବା ତା ଠାରୁ କମ୍‌ ହୋଇଥିବ, ଓ ମୂଲ୍ୟ ୪୫ ଲକ୍ଷ ଟଙ୍କା ହୋଇଥିବା ତାହା ସୁଲଭ ବାସଗୃହରେ ଆସିବ।  ସେହିପରି ଅଣ ମେଟ୍ରୋ ସହରଗୁଡିକରେ ଫ୍ଲୋର ଏରିଆ ୯୦ ସ୍କ୍ଵାର ମିଟର କିମ୍ବା ତାଠାରୁ କମ୍‌ ହୋଇଥିବା ଏବଂ ମୂଲ୍ୟ ୪୫ ଲକ୍ଷ ଟଙ୍କା ହୋଇଥିବ ତେବେ ତେହା ସୁଲଭ ଗୃହ ଅଧିନରେ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.