ଅଭିଜିତାଙ୍କୁ ଅଭିନନ୍ଦନର ସୁଅ, ସାହସିକତା ପାଇଁ ପୋଲିସ ତରଫରୁ ପୁରସ୍କୃତ

ଭୁବନେଶ୍ବର : ଚର୍ଚ୍ଚାରେ ଜିଜିପି କଲୋନୀର ଅଭିଜିତା ମହାପାତ୍ର । ଗତକାଲିର ଘଟଣା ପରେ ଏବେ ଛୁଟୁଚି ପ୍ରଶଂସାର ସୁଅ । ଅଭିଜିତାଙ୍କ ଉପଯୁକ୍ତ ବୁଦ୍ଧି ଓ ସାହାସକୁ ସବୁ ବର୍ଗର ଲୋକେ ବାଃ ବାଃ କରୁଛନ୍ତି । କେହି କେହି ତାଙ୍କୁ ନିଜର ରୋଲମଡେଲ୍‌ ବି କହିଲେଣି । ମହିଳା ମାନେ ଯେକୌଣସି ପରିସ୍ଥିତିରେ ନିଜକୁ ରକ୍ଷା କରି ପାରିବେ ବୋଲି ମଧ୍ୟ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ଯ ଗତକାଲି ସାଢ଼େ ୧୧ଟା ସମୟରେ ଅଭିଜିତାକୁ ଜଣେ ଦୃବୁତ୍ତ ଠିକଣା ବାହାନାରେ ଲୁଟ୍‌ ଉଦ୍ୟମ କରିଥିଲେ । ଆଉ ନିଜର ଉପଯୁକ୍ତ ବୁଦ୍ଧି ବଳରେ ଜବାବ୍‌ ଦେଇଥିଲେ ଅଭିଜିତା । ଦୃବୁତ୍ତକୁ କାବୁ କରିବାକୁ ସକ୍ଷମ ବି ହୋଇଥିଲେ ।

ଜଣେ ଅଭିଯୁକ୍ତକୁ ଜେଲ ପଠାଇଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନାମରେ ଲକ୍ଷ୍ମୀସାଗର ଓ ସହିନଗର ଥାନାରେ ମାମଲା ରହିଛି । ତେବେ ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଫେରାର୍‌ ହୋଇଥିବା ବେଳେ ତାଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.