ଭଦ୍ରକ : ବିରିୟାନୀ ପାଇଁ ତୁମୁଳକାଣ୍ଡ; ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଭାଙ୍ଗିଲା ଘରଦ୍ୱାର ଓ ବାଇକ୍‌

ଭଦ୍ରକ: ବିରିୟାନୀ ପାଇଁ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ୮ଜଣ ଗୁରୁତର ହୋଇଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ ଭଙ୍ଗାରୁଜା ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଗନ୍ନାଥସାହି ଗାଁରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି ଚାଲିଥିବା ବେଳେ ପ୍ରତିପକ୍ଷ ଲୋକ ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ସମାଧାନ ହେବା ନେଇ ବୈଠକ ବସିଥିଲା । ହେଲେ ବୈଠକ ଚାଲିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଏହାପରେ ଚାଲିଲା ମାଡ଼ପିଟ ଓ ଭଙ୍ଗାରୁଜା । ପରେ ପୋଲିସ୍ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.